Pratidin TV

Odisha's Digital News Platform

ରାଧିକା ଙ୍କ ବଡ଼ ଭାଇ ସାଜି ଶାଶୁଘର ବିଦା କଲେ ମାହି , ଫଟୋ ହେଉଛି ଭାଇରଲ ..

1 min read

ରାଧିକାଙ୍କ ବଡ଼ ଭାଇ ସାଜିଲେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ବଡ଼ ଭାଇ ପରି ରାଧିକାଙ୍କୁ ଶାଶୂଘର ବିଦା କଲେ ମାହି  । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ବିଶିଷ୍ଟ ଉଦ୍ୟୋଗପତି ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଗ୍ରାଣ୍ଡ ୱେଡିଙ୍ଗରେ ସାମିଲ ହେବାକୁ ଦେଶ ବିଦେଶରୁ ଅତିଥିମାନେ ଆଣ୍ଟେଲିଆରେ ପହଞ୍ଚିଥିଲେ। ତେବେ ଏହି ବିବାହ ଉତ୍ସବ ରେ ସାମିଲ ହୋଇଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ୍ ଧୋନି ।

କ୍ୟାପଟେନ କୁଲ ତାଙ୍କ ବିବାହରେ ସାମିଲ ହେବା ସହିତ ସୋସିଆଲ ମିଡିଆରେ ଦୁହିଁଙ୍କୁ ସେମାନଙ୍କ ବୈବାହିକ ଜୀବନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିବାହ ସମାରୋହ ଶେଷ ହେବା ପରେ ଧୋନି ରାଧିକାଙ୍କୁ ଆଲିଙ୍ଗନ କରି ସାନଭଉଣୀ ପରି ତାଙ୍କୁ ଶାଶୁଘରକୁ ବିଦା କରିଥିଲେ। ଏହି ସମୟରେ ଧୋନିଙ୍କ ସହିତ ଧର୍ମପତ୍ନୀ ସାକ୍ଷୀ,  ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ, ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଉପସ୍ଥିତ ଥିବା ନଜର ଆସିଥିଲେ। ଧୋନି ରାଧିକାଙ୍କ ବିଦାଇ ସମୟ ଫଟୋ ସେୟାର କରି ଲେଖିଛନ୍ତି, ରାଧିକା! ତୁମର ଏହି ଉଜ୍ଜ୍ୱଳ ହସ କେବେ ବି ଫିକା ନପଡ଼ୁ! ଅନନ୍ତ ରାଧିକାଙ୍କୁ ସ୍ନେହ କରିବ ତାଙ୍କର ଯତ୍ନ ନେବ। ଯେମିତି ତୁମେ ତୁମର ପରିବାର ସଦସ୍ୟଙ୍କର ‌ନେଇଥାଆ। ତୁମର ‌ବୈବ‌ାହିକ ଜୀବନ ସୁଖମୟ ହେଉ। ସର୍ବଦା ତୁମ ଦୁହିଁଙ୍କ ମୁହଁ‌ରେ ହସ ଭରି ରହିଥାଉ।’

Leave a Reply

Your email address will not be published. Required fields are marked *