Pratidin TV

Odisha's Digital News Platform

ପୁଣି ରାଜଧାନୀ ଦିଲ୍ଲୀରେ ଜୀବନ ନେଲେ IIT ଛାତ୍ର…ହଷ୍ଟେଲ ରୁମରୁ ମିଳିଲା ଝୁଲନ୍ତା ଶରୀର

1 min read

ଆତ୍ମହତ୍ୟା ମାମଲାରେ ଦିଲ୍ଲୀର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (IIT) ର ଜଣେ ଏମଟେକ ଛାତ୍ର ତାଙ୍କ ହଷ୍ଟେଲ ରୁମରେ ଝୁଲୁଥିବାର ଦେଖିବାକୁ ମିଳିଥିଲା | ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ସନ୍ଦେହ ହେଉଛି | ପୋଲିସ ସୂଚନା ଅନୁଯାୟୀ, ୨୪ ବର୍ଷର ଛାତ୍ର ସଞ୍ଜୟ ନରକର ତାଙ୍କ ପରିବାର ସଦସ୍ୟ ଫୋନ କରିଥିଲେ | କିନ୍ତୁ ସେ ଫୋନ ନ ଉଠାଇବା କାରଣରୁ ହଷ୍ଟେଲ ସାଥୀମାନଙ୍କ ଫୋନ କରି ସାଥିମାନକୁ ତାଙ୍କ ରୁମ୍କୁ ଯାଇ ଯାଞ୍ଚ କରିବା ପାଇଁ କହିଥିଲେ | ସେମାନେ ଦେଖିବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା ​​ବୋଲି ସେମାନେ କହିଛନ୍ତି।

ସୂଚନା ଅନୁସାରେ, ସଞ୍ଜୟ ଆଇଆଇଟି ର ଦ୍ରୋଣାଚାର୍ଯ୍ୟ ହଷ୍ଟେଲରେ ୭୫୭ ରୁମରେ ରହୁଥିଲେ |ସେ ମହାରାଷ୍ଟ୍ରର ନାଶିକର ମୂଳ ବାସିନ୍ଦା | ହଷ୍ଟେଲ ସାଙ୍ଗମାନେ ଯାଇ ଯେତେବେଳେ ତାଙ୍କ ରୁମ ଯାଞ୍ଚ କରିଥିଲେ ସେତେବେଳ ସେମାନେ ଭିତରୁ ତାଲା ପଡ଼ିଥିବାର ଦେଖିଲେ | ସଞ୍ଜୟ କବାଟ ଖୋଲୁନଥିବା କଥା ଗାର୍ଡକୁ ଜଣାଇଥିଲେ | ଖୋଲିଲା ପରେ ଦେଖିଥିଲେ ତାଙ୍କ ଝୁଲନ୍ତା ଶରୀର | ଅଧିକାରୀ କହିଛନ୍ତି ଯେ ସଞ୍ଜୟଙ୍କ ମୃତଦେହ ରୁମ୍ ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରେ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା ଏବଂ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

Advertisement

Leave a Reply

Your email address will not be published. Required fields are marked *