(video)ଓଡିଶା ପୋଲିସର ଶକ୍ତି ବଢାଇବ କେ ନାଇନ ଡ଼ଗ ସ୍କ୍ୱାର୍ଡ ର ମୁଧୋଲ ହାଉଣ୍ଡ କୁକୁର ।
1 min readକଟକ : ଓଡିଶା ପୋଲିସର ଶକ୍ତି ବୃଦ୍ଧି ପାଇଁ କେ ନାଇନ ଡ଼ଗ ସ୍କ୍ୱାର୍ଡ ରେ ସାମିଲ ହେଲା ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁର । ଏବେ ଏହି ସ୍କ୍ୱାର୍ଡ ରେ ୩ ଟି ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁର କୁ ସାମିଲ କରାଯାଇଛି । ଏହି କୁକୁର ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା, ସେନାବାହିନୀ, ଭାରତ ପାଖ ସୀମା, ବିସ୍ପୋରକ ସାମଗ୍ରୀ ଚିହ୍ନଟ, ସନ୍ଦିଗ୍ଧ ଙ୍କ ଚିହ୍ନଟ, ଆତଙ୍କବାଦୀ ଙ୍କ ଠାବ ଓ ହତ୍ୟା, ନିଶା ସାମଗ୍ରୀ ଠାବ, ବୋମା ଠାବ କରିବାରେ ଠାବ କରିବାରେ ଧୁରନ୍ଧର । ଚିତା ବାଘ ଭଳି ଦୌଡ଼ିପାରେ ‘ ମୁଧୋଲ ହାଉଣ୍ଡ୍ ” ଶ୍ରେଣୀର କୁକୁର । କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭରେ ବାଘମାନଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ଦେବାପାଇଁ ବ୍ୟବହାର ହେଉଥିବା ଏହି ପ୍ରଜାତିର ୩ଟି କୁକୁରଙ୍କୁ କ୍ରାଇମବ୍ରାଞ୍ଚର ” କେ – ୯ ଡଗ୍ ସ୍କୃତରେ ସାମିଲ କରାଯାଇଛି । ବାଘ ଭଳି ହିଂସ୍ର ଓ ଶିକାରୀ ସ୍ବଭାବର ଏହି ଦେଶୀ କୁକୁର ।
ତେବେ ଏହି ପ୍ରଜାତିର କୁକୁର ଏବେ ବିସ୍ଫୋରକ ସାମଗ୍ରୀ ଓ ନିଶା ଠାବ କରିବାରେ ପ୍ରଚଣ୍ଡ ଦକ୍ଷତା ରଖୁଥିବାରୁ ‘ କେ- ୯ ସ୍ପାତ୍ ପାଇଁ ଆଗାମୀ ଦିନରେ ଏହା ବଡ଼ ସଫଳତା ଆଣିବାର ଆଶା କରାଯାଉଛି । ଫେବୃଆରୀ ୩ ତାରିଖରେ କଟକସ୍ଥିତ ବକ୍ସିବଜାର ‘ କେ – ୯ ’ ୟାଡରେ ତିନୋଟି ମୁଧୋଲ ହାଉଣ୍ଡ କୁକୁର ପହଞ୍ଚିଛନ୍ତି । ଓଡ଼ିଶା ପୁଲିସରେ ସାମିଲ ହୋଇଥିବା ତିନି କୁକୁରଙ୍କୁ ଚାରି ମାସିଆ ତାଲିମ ପ୍ରଦାନ ପାଇଁ ଯୋଜନା କରାଯାଉଛି । ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନେ ବେଶି ରୋଗାକ୍ରାନ୍ତ ହୁଅନ୍ତି ନାହିଁ କି ସହଜରେ ଥକ୍କା ଅନୁଭବ କରିନଥାନ୍ତି । ମୁଧୋଲ ହାଉଣ୍ଡ k9 ରେ ଯୋଗ ଦେବାପରେ ଆଗକୁ ଆହୁରି ସଫଳତା ହାସଲ କରିବ କ୍ରାଇମ ବ୍ରାଞ୍ଚ ।