ମୋଦିଙ୍କୁ କଲ୍ କରିଲେ ମହମ୍ମଦ ୟୁନୁସ , ଵାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ପାଇଁ ଦେଲେ ପ୍ରତିଶୃତି ..
1 min readପ୍ରଥମ ଥର ପାଇଁ ବାଂଲାଦେଶର ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି । ଯାହାକୁ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି। ଏହା ସହିତ ମହମ୍ମଦ ୟୁନୁସ ବାଂଲାଦେଶର ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି। ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ବାଂଲାଦେଶ ସରକାରଙ୍କ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଫୋନରେ କଥା ହୋଇଛନ୍ତି।
ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଛି। ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ସେ ହିନ୍ଦୁ ଏବଂ ବାଂଲାଦେଶର ସମସ୍ତ ଅଳ୍ପସଂଖ୍ୟକର ସୁରକ୍ଷା ଏବଂ ନିରାପତ୍ତାକୁ ନିଶ୍ଚିତ କରିଛନ୍ତି। ପ୍ରକାଶ ଥାଉକି, ଗତକାଲି ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲେ। ବାଂଲାଦେଶ ତଥା ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଭାରତର ୧୪୦ କୋଟି ଜନତା ଚିନ୍ତିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।