Pratidin TV

Odisha's Digital News Platform

ବଲିଉଡ୍‌ରେ ଏଣ୍ଟ୍ରି କରିବେ ମୁକେଶ ଅମ୍ଵାନୀ, କିଣିବେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ..

1 min read

ତୈଳଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ, ଏସିଆର ଅଗ୍ରଣୀ ବ୍ୟବସାୟୀ ତଥା ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସବୁ କ୍ଷେତ୍ରରେ ବ୍ୟାପିଛି। ହେଲେ ଏବେ  ବଲିଉଡରେ ରାଜ କରିବାକୁ ଯାଉଛନ୍ତି  ମୁକେଶ ଅମ୍ବାନୀ।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ସେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ବ୍ୟବସାୟକୁ ବଢାଇବରେ ଲାଗିଛନ୍ତି। ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଆଡେ ଯାଉଛନ୍ତି । ମୁକେଶ ଅମ୍ଵାନୀଙ୍କ କମ୍ପାନୀ ବଲିଉଡର ଧର୍ମା ପ୍ରଡକ୍ସନ କିଣିବାକୁ ପ୍ରସ୍ତୁତ ହେଉଛି।

 ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସ କିଣିବାକୁ ପ୍ରସ୍ତୁତ ହେଉଛି।  ଏହି ଡିଲ୍ ସହିତ ରିଲାଏନ୍ସ କଣ୍ଟେଟ୍‌ ପ୍ରଡକସନ କ୍ଷେତ୍ରରେ ବିସ୍ତାର ହେବ । ତେବେ ଧର୍ମା ପ୍ରଡକ୍ସନ୍ସରେ କେତେ ପରିମାଣର ସେୟାର ରହିଛି, ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।ତେବେ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *