Pratidin TV

Odisha's Digital News Platform

ପୁଣି ମୁକେଶ ଅମ୍ବାନୀଙ୍କୁ ଆସିଲା ହତ୍ୟା ଧମକ, ଜୀବନ ବଞ୍ଚାଇବା ପାଇଁ ମାଗିଲା ୨୦ କୋଟି..

1 min read

ଭାରତର ଅନ୍ୟତମ ଧନୀ ବ୍ୟବସାୟୀ ହେଉଛନ୍ତି ମୁକେଶ ଅମ୍ବାନୀ । ତେବେ ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଆସିଲା ହତ୍ୟା ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ନେଇ ଧମକ ଦେଇଛନ୍ତି । ଏଥିସହ ଇମେଲରେ ୨୦ କୋଟି ଟଙ୍କା ମାଗିଛନ୍ତି । ୨୦ କୋଟି ଟଙ୍କା ନଦେଲେ ବ୍ୟକ୍ତି ଜଣକ ତାଙ୍କୁ ହତ୍ୟା କରିବେ ବୋଲି ଲେଖିଛନ୍ତି । ବ୍ୟକ୍ତି ଜଣକ ଇମେଲରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସର୍ବୋତ୍ତମ ତୀକ୍ଷ୍ଣ ସୁଟର ରହିଛନ୍ତି । ଶୁକ୍ରବାର ଏପରି ମେଲ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । କିଏ ସେହି ଅଜଣା ବ୍ୟକ୍ତି ଯିଏ ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି । କଡା ସୁରକ୍ଷା ଭିତରେ ରହୁଥିବା ବେଳେ ଏଭଳି ଧମ ପୂର୍ଣ୍ଣ ମେଲ ଆସିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୭ ରେ ମୁକେଶ ଅମ୍ବାନୀ ତାଙ୍କ ଇମେଲ ଆଇଡିରେ ଥିବା ଇନବକ୍ସରେ ଏକ ଇମେଲ ପାଇଥିଲେ। ଏହି ଇମେଲରେ ଇଂରାଜୀରେ ଲେଖାଥିଲା ଯେ ଯଦି ମୁକେଶ ଅମ୍ବାନୀ ସେହି ଅଜଣା ବ୍ୟକ୍ତିଙ୍କୁ ୨୦ କୋଟି ଟଙ୍କା ନ ଦିଅନ୍ତି ତେବେ ସେ ତାଙ୍କୁ ହତ୍ୟା କରିବେ । ଇମେଲରେ ଏହା ମଧ୍ୟ ଲେଖାଯାଇଛି ଯେ ଏହି ବ୍ୟକ୍ତିଙ୍କର ଭାରତର ଜଣେ ସର୍ବୋତ୍ତମ ସୁଟର ଅଛନ୍ତି। ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଇନଚାର୍ଜ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି । ଗାମଦେବୀ ପୋଲିସ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିଛିି ।୬ ଅକ୍ଟୋବର ୨୦୨୨ ରେ ତାଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ବିହାରରୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣକ ୩୦ ବର୍ଷୀୟ ରାକେଶ କୁମାର ମିଶ୍ର ବୋଲି ଜଣାପଡିଛି।

Advertisement

ସେହିପରି ୫ଅକ୍ଟୋବର ୨୦୨୨ ରେ ଜଣେ ଅଭିଯୁକ୍ତ ରିଲାଏନ୍ସ ଫାଉଣ୍ଡେସନର ଡାକ୍ତରଖାନାକୁ ଡାକି ଅମ୍ବାନୀ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତମାନେ ବୋମା ସାହାଯ୍ୟରେ ପୁରା ଡାକ୍ତରଖାନାକୁ ଉଡ଼ାଇ ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଏହି ସମୟ ମଧ୍ୟରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲା । ପୁର୍ବରୁ ଧମ କ ଦେଇଥିବା ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ପୁଣି ଥରେ ଧମକ ପୂର୍ଣ୍ଣ ଇମେଲ ଆସିଛି । ଭାରତର ପ୍ରଥମ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ତାଙ୍କପାଖରେ ମୋଟ ୮୩.୪ ବିଲିୟନ ଡଲାରର ସମ୍ପତ୍ତି ରହିଛି । ବିଶ୍ୱ ଧନୀ ତାଲିକାରେ ୯ମ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ ।

Leave a Reply

Your email address will not be published. Required fields are marked *