Pratidin TV

Odisha's Digital News Platform

ହୃଦୟ ଜିତିଲେ ଅମ୍ବାନୀ ପରିବାର , ହାତ ଯୋଡ଼ି ଗ୍ରାମବାସୀକୁ ଖାଦ୍ୟ ପରସିଲେ ମୁକେଶ ଅମ୍ବାନୀଙ୍କ ସହ ପୁଅ ଅନନ୍ତ …

1 min read

କେବଳ ଧନରେ ଧନୀ ନୁହେଁ ମନରେ ବି ଧନୀ । ଭାରତର ଶ୍ରେଷ୍ଠ ଧନୀ ହୋଇବି ତାଙ୍କ ମନରେ ନାଁ ଅଛି ଟିକେ ଗର୍ବ ନାଁ ଅହଂକାର । ଆଜି ତାଙ୍କର କାର୍ଯ୍ୟ ସମସ୍ତଙ୍କ ହୃଦୟ ଜିତିନେଇଛି । ଆରମ୍ଭ ହୋଇଯାଇଛି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି –ୱେଡିଂ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପ୍ରଥମ ଅନ୍ନ ସେବାରୁ ଆରମ୍ଭ ହୋଇଛି । ଗୁଜୁରାଟର ଜାମନଗରରେ ରିଲିଆନ୍ସ ଟାଉନସିପ୍ ନିକଟରେ ଥିବା ଜୋଗୱଡ ଗାଁରେ ମୁକେଶ ଅମ୍ବାନୀ , ଅନନ୍ତ ଅମ୍ବାନୀ ଓ ରାଧୀକା ମର୍ଚେଣ୍ଟଙ୍କ ସହିତ ପୁରା ଅମ୍ବାନୀ ପରିବାର ଉପସ୍ଥିତ ରହି ପୁରା ଗ୍ରାମବାସୀଙ୍କୁ ପାରମ୍ପରିକ ଗୁଜୁରାଟି ଖାଇବା ପରସିଛନ୍ତି । ଅନ୍ନ ପରିଶି ଗ୍ରାମବାସୀଙ୍କର ଆର୍ଶିବାଦ ନେଇଛନ୍ତି ଅମ୍ବାନୀ ପରିବାର । ମୁକେଶ ଅମ୍ବାନୀ ଏବଂ ପୁଅ ଅନନ୍ତ ଅମ୍ବାନୀ ଏବଂ ଭାବି ବୋହୂ ରାଧିକା ନିଜ ହାତରେ ଲୋକମାନଙ୍କୁ ଖାଦ୍ୟ ପରଷି ଦେଇଥିଲେ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋଶିଆଲ ମିଡିଆରେ ବେଶ୍ ଭାଇରଲ ହେବାରେ ଲାଗିଛି ।

ଖାଦ୍ୟ ପରିବେଷଣ ସମୟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବହୁତ ଖୁସି ଦେଖାଯାଉଥିଲେ । ଖାଦ୍ୟ ପରିବେଷଣ କରିବା ସମୟରେ ରାଧିକା ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ରାଧିକାଙ୍କ ସରଳତା ଦେଖି ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି । ଅନନ୍ତ ମେରୁନ ରଙ୍ଗର କୁର୍ତ୍ତାରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଜାମନଗରର ରିଲାଏନ୍ସ ଟାଉନସିପ ନିକଟରେ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନ୍ନସେବା କାର୍ଯ୍ୟକ୍ରମ ଆଗାମୀ କିଛି ଦିନ ପାଇଁ ଜାରି ରହିବ ଏବଂ ପ୍ରାୟ ୫୧ ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ତେବେ ଏହି ଅନ୍ନ ସେବାରେ ରାଧୀକା ଙ୍କ ଆଇ ଓ ବାପା ବୀରେନ୍ ଓ ମାଆ ଶୈଳା ମର୍ଚ୍ଚାଣ୍ଟ ମଧ୍ୟ ଏହି ଅନ୍ନ ସେବାରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *