Pratidin TV

Odisha's Digital News Platform

ସରଗରମ ବିଧାନସଭା ; ନବୀନଙ୍କ ଗିରଫ ଦାବି କଲେ ମହାଲିଙ୍ଗ ।

1 min read

ବଜେଟ୍ ଅଧିବେଶନ ପରେ ହୁଲୁସ୍ତଲୁ ଗୃହ । ସରଗରମ ହେଉଛି ବିଧାନସଭା । ମଙ୍ଗଳବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କରିଥିଲେ । ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗ ପ୍ରସଙ୍ଗ ଉଠାଇ ଗୃହ ଭିତରେ ବିଜେଡି ହଟ୍ଟଗୋଳ କରୁଥିବା ଦର୍ଶାଇଛନ୍ତି ମନ୍ତ୍ରୀ ।
ତାଙ୍କ କହିବା ଅନୁଯାୟୀ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ନବୀନ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନବୀନଙ୍କ ଗିରଫ୍ ଦାବି କରିଛନ୍ତି । ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଥିବା କହିଛନ୍ତି ମହାଲିଙ୍ଗ ।

ଅନ୍ୟପଟେ ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍ । ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ଏଭଳି ପ୍ରଶ୍ନ କରି ବିଧାନସଭାରେ ବର୍ଷିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ।

Advertisement

ଅନ୍ୟପଟେ ଆଜିବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ ।

Leave a Reply

Your email address will not be published. Required fields are marked *