Pratidin TV

Odisha's Digital News Platform

ଓଡ଼ିଶା ବିଧାନସଭା ପ୍ରଶିକ୍ଷଣକୁ ନେଇ ବିଜେଡ଼ି ର ଅଭିଯୋଗ , ଜବାବ ରଖିଲା ବିଜେପି ..

1 min read

ବିଧାନସଭାରେ ନବନିର୍ବାଚିତ  ବିଧାୟକଙ୍କୁ ତାଲିମ ଦେବେ ଅଭିଜ୍ଞ ନେତା । ବିଧାନସଭା ପକ୍ଷରୁ 2 ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  ।  ତେବେ ଏହି କାର୍ଯ୍ୟକ୍ରମରେ ବିଧାନସଭା ପରମ୍ପରା ଭଙ୍ଗ ହେଉଥିବା ବିଜେଡି ଅଭିଯୋଗ କରିଛି। ଦଳୀୟ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତା ପ୍ରତାପ ଦେବ ଓ ବିଧାୟକ ଗଣେଶ୍ୱର କହିଛନ୍ତି ଯେ ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଏହି କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀରେ ଅତିଥି ହେବା କଥା। କିନ୍ତୁ ପତ୍ର ଅନୁସାରେ ଗୃହର ସଦସ୍ୟ ନଥିଲେ ବି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସେହିପରି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କାର୍ଯ୍ୟକ୍ରମ ଯୋଗଦେବା ନେଇ ମଧ୍ୟ ପ୍ରଶ୍ନ କରିଛି ବିଜେଡି। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ବିଜେଡି ଅଭିଯୋଗ କରିଛି। ଆସନ୍ତା ୧୭ ଓ ୧୮ରେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

 ସେପଟେ ଅଭିଯୋଗ ଉପରେ ପ୍ରତିକ୍ରିୟା  ରଖିଛି ବିଜେପି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ବିଧାନସଭା ନୀତି ନିୟମ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକ ମାନଙ୍କୁ ଶିକ୍ଷା ଦେବେ। କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ଡେପୁଟି ଚେୟାରମ୍ୟାନ ହରିବଂଶ ପ୍ରସାଦ ଏଥିରେ ଯୋଗ ଦେବେ। ନୂଆ ବିଧାୟକ ଓ ପୁରୁଣା ବିଧାୟକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉପାଦେୟ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହା ସହିତ ଏହି କାର୍ଯ୍ୟକ୍ରମ ନୀତି ନିୟମ ଭିତରେ ଅନୁଷ୍ଠିତ ହେଉଛି ।

Advertisement

Leave a Reply

Your email address will not be published. Required fields are marked *