Pratidin TV

Odisha's Digital News Platform

ଆସିଲା ମୁଖତାରୀ ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ , ଜଣାପଡିଲା ମୃତ୍ୟୁର ଅସଲ କାରଣ ..

ଆସିଲା ଅପରାଧ ଦୁନିଆର ବାଦଶାହା ମୁଖତାରୀ ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ । ମାଫିଆ ଅନସାରୀଙ୍କ ଶବ ବ୍ୟାବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ସାମ୍ନାକୁ ଆସିଛି । ଦୁର୍ଗାବତୀ ମେଡିକାଲ୍ ରେ ତାଙ୍କର ଶବ ବ୍ୟାବଚ୍ଛେଦ କରାଯାଇଥିଲା । ୩ ବାନ୍ଦା ଜିଲ୍ଲା ଡାକ୍ତର ଏବଂ ଏକ ମେଡିକାଲ କଲେଜ ଡାକ୍ତରଙ୍କ ସହିତ ୫ ଜଣିଆ ଟିମ୍ ତାଙ୍କର ଶବ ବ୍ୟବଚ୍ଛେଦ କରିଛନ୍ତି ।

ପୋଷ୍ଟ ରିପୋର୍ଟରେ ତାଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ମୁଖତାରଙ୍କ ଶବ ବ୍ୟାବଚ୍ଛେଦ ପରେ ତାଙ୍କ ମୃତଦେହକୁ ଗାଡିରେ ରଖାଯିବ । ଏବେ ଦୁର୍ଗାବତୀ ମେଡିକାଲ କଲେଜ ପରିସରରେ ଥିବା ପୋଷ୍ଟମର୍ଟମ ଘର ବାହାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ଶବ ବ୍ୟବଚ୍ଛେଦ ପୂର୍ବରୁ ମୁଖତରଙ୍କ ପୁଅ ଏବଂ ଦୁଇ ଜ୍ୱାଇଁଙ୍କ ସହିତ ମେଡିକାଲ ରେ ପହଞ୍ଚିଥିଲେ । ଯାହାପରେ ଶବ ବ୍ୟାବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୋଷ୍ଟମର୍ଟମ ପରେ ମୁଖତରଙ୍କ ମୃତଦେହକୁ ତାଙ୍କ ପୁଅ ଉମର ଅନସାରୀଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ମୃତ ଦେହକୁ ପ୍ରାୟ ୨୬ଟି ଗାଡି ସହିତ ଗାଜିପୁର ଜିଲ୍ଲାରେ ନିଆଯିବ ସେଠାରେ ତାଙ୍କର ଜନ୍ମସ୍ଥାନରେ ଥିବା କାଳୀବାଗ ଶ୍ମଶାନରେ ଶେଷକୃତ୍ୟୁ ସମ୍ପନ୍ନ କରାଯିବ ।

Leave a Reply

Your email address will not be published. Required fields are marked *