ବିବାହ ବନ୍ଧନରେ ବାନ୍ଧିହେଲେ ମୁକ୍ତି ମୋହନ..
1 min readବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମୁକ୍ତି ମୋହନ। ଦୀର୍ଘ ଦିନର ପ୍ରେମିକା ତଥା ଅଭିନେତା କୁନାଲ ଠାକୁରଙ୍କୁ ସେ ଆଜି ବିବାହ କରିଛନ୍ତି। ରବିବାର ଦିନ ଏହି ଦମ୍ପତି ସେମାନଙ୍କ ଅନ୍ତରଙ୍ଗ ସମାରୋହରୁ କିଛି ବିବାହ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି।
ସେମାନଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ଏହି ଦମ୍ପତି ସେମାନଙ୍କ ପେଷ୍ଟେଲ-ଥିମ୍ ବିବାହରେ ଆକର୍ଷଣୀୟ ଦେଖାଯାଉଥିଲେ ଏବଂ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଯାତ୍ରା ଆରମ୍ଭ କରିବାବେଳେ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ସେୟାର କରିଥିଲେ।
ସୋସିଆଲ ମିଡିଆରେ ଫଟୋ ଛାଡି ମୁକ୍ତି ମୋହନ ଲେଖିଛନ୍ତି, ‘ତୁମ ଭିତରେ ମୁଁ ମୋର ଦିବ୍ୟ ସଂଯୋଗ ପାଇଛି। ତୁମ ସହିତ, ମୁଁ ଦେଖା ହେବା ମୋ ଭାଗ୍ୟରେ ଥିଲା। ଭଗବାନ, ପରିବାର ଏବଂ ବନ୍ଧୁମାନଙ୍କ ଦ୍ୱାରା ଦିଆଯାଇଥିବା ଆଶୀର୍ବାଦ ପାଇଁ କୃତଜ୍ଞ। ଆମ ପରିବାର ଖୁସି ଏବଂ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଆମର ପରବର୍ତ୍ତୀ ଯାତ୍ରା ପାଇଁ ସମସ୍ତଙ୍କ ଆଶୀର୍ବାଦ ଚାହୁଁଛୁ।
ତେବେ ମୁକ୍ତ ମୋହନ ହେଉଛନ୍ତି ବଲିଉଡର ସିଙ୍ଗର ନିତୀ ମୋହନ ଏବଂ କୋରିଓ ଗ୍ରାଫ ଶକ୍ତି ମୋଦନଙ୍କ ଭଉଣୀ। ସେ ମଧ୍ୟ ଅଭିନୟ ଏବଂ ଡ୍ୟାନ୍ସ ରେ ପାରଙ୍ଗମ। ତେବେ କୁନା ହେଉଛନ୍ତି ଜଣେ ଅଭିନେତା। କୁନାଲ ସବୁବେଳେ ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ ଥାନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁତ ଫ୍ୟାନ୍ ଫଲୋୟର୍ସ ରହିଛନ୍ତି । କୁନାଲ କବିର ସିଂହ ,ଆନିମଲ ଫିଲ୍ମ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।