Pratidin TV

Odisha's Digital News Platform

ନିରାଶ ହେଲେ ମୁକ୍ତିକାନ୍ତ : ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରିବାକୁ ଆସି , ଆତ୍ମହତ୍ୟା ଉଦ୍ୟାମ ..

1 min read

ଭୁବନଶ୍ୱେର: ଶେଷରେ ନିରାଶ ହେଲେ ମୁକ୍ତିକାନ୍ତ । ରାଉରକେଲା ରୁ ଚାଲି ଚାଲି ଭୁବନେଶ୍ୱର ଆସି ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବାକୁ ଆସିଥିବା ଯୁବକ ନିରାଶ ହେବା ପରେ ଏବେ ସେ ରାଜଭବନ ନିକଟ ଏକ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ଯାହାକୁ ନେଇ ରାଜଧାନୀ ସହ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଉରକେଲାରୁ କାନ୍ଧରେ ଦୁଇ ଭାରାବୋହି ସରକାରଙ୍କୁ ତାଙ୍କ ପ୍ରତିଶୃତି ମନେପକେଇ ଦେବା ପ।।ଇଁ ଆସିଥିବା ମୁକ୍ତିକାନ୍ତ ଶେଷରେ ଏପରି ପଦକ୍ଷେପ ଉଠାଇଛନ୍ତି ।

muktikant suiccide attempt

ଦୀର୍ଘଦିନ ଧରି ନବିନ ନିବାସ ବାହାରେ ଧାରଣା ଦେଇଥିଲେ ମଧ୍ୟ ତାଙ୍କୁ ନବୀନ ନିବାସ ଭିତରକୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଆଯାଇନଥିଲା । ଗଣମାଧ୍ୟମରେ ଖବର ପ୍ରଚାରଣ ପରେ ମଧ୍ୟ ହାତଗୋଡ ଜାକି ଚୁପ୍ ବଶିଥିବା ସରକାରଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମୁକ୍ତିକାନ୍ତ ଆଜି ଏଭଳି ପଦକ୍ଷେପ ନେଇଛନ୍ତି ।

ରାଉରକେଲାରେ ବିଭିନ୍ନ ପ୍ରକଳ୍ପ କରିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା ହୋଇପାରିନି। ହୋଇ ନ ପାରି ପଡ଼ି ରହିଥିବା ପ୍ରକଳ୍ପର ମଡେଲକୁ ବାହୁଙ୍ଗିରେ ଧରି ମୁକ୍ତିକାନ୍ତ ରାଉଲକେଲାରୁ ଚାଲିଚାଲି ଭୁବନେଶ୍ୱର ଆସିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବାକୁ ଚେଷ୍ଟା କରିଥିଲେ। ୭ ଦିନ ବିତିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ ନ ହୋଇପାରିବାରୁ ସେ ଅଭିନବ ପ୍ରତିବାଦ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *