Pratidin TV

Odisha's Digital News Platform

ଚାଲୁଥିଲା ମେଳା ଧକ୍କା ଦେଲା କ୍ଷୀର ଟ୍ୟାଙ୍କର, ୩ ମୃତ, ୨୦ ଗୁରୁତର…

ଶନିବାର ଦିନ ସିକ୍କିମରେ ଘଟିଛି ଏକ ବଡ ସଡକ ଦୁର୍ଘଟଣା | ସିକ୍କିମର ରାଣୀପୁଲଠାରେ ହେଉଥିବା ମେଳାରେ ଏକ କ୍ଷୀର ଟ୍ୟାଙ୍କର ତିନୋଟି କାରକୁ ଧକ୍କା ଦେଇଥିଲା | ଏହି ଦୁର୍ଘଟଣାରେ ଅତିକମ୍ ରେ ଭିତିନୀ ଜଣଙ୍କର ମୃତ୍ୟୁ ଆଉ ୨୦ ଜଣ ଆହତ ହୋଇଥିବାର ଜଣାପଡିଛି | ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନରେ ଭର୍ତି କରାଯାଇଥିଲା |

ଏହି ଦୁର୍ଘଟଣା ବହୁ ଭୟାନକ ଥିଲା | ଏହି ଘଟଣାର ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଟ୍ୟାଙ୍କରଟି କାରକୁ ଧକ୍କା ଦେବା ଫଳରେ କାରଗୁଡିକ ମେଳା ପଡିଆକୁ ଠେଲି ହୋଇଯାଇଥିଲେ | ଏହି ଘଟଣାରେ ଆହତ ହୋଇନଥିବା ସ୍ଥାନୀୟ ଦର୍ଶକ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଯାଇଥିଲେ |ସୂଚନା ଅନୁଯାୟୀ, କ୍ଷୀର ଟ୍ୟାଙ୍କରର ବ୍ରେକ ଫେଲ ହୋଇଥିବା ଯୋଗୁଁ ଦୁର୍ଘଟଣା ହୋଇଛି ବୋଲି ଜଣାପଡିଛି | ଆହତମାନଙ୍କୁ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲକୁ ନିଆଯାଇଥିଲା ଏବଂ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ଗାଙ୍ଗଟକ ଜିଲ୍ଳାଧିକାର କହିବାନୁଯାୟୀ, ସନ୍ଧ୍ୟା ୭.୩୦ ସମୟରେ ରାଣୀପୁଲ ନିକଟରେ କାର୍ଯ୍ୟକ୍ରମ ଚାଲିଥିଲା | କାର୍ଯ୍ୟକ୍ରମ ସମୟରେ ଏକ ଟ୍ୟାଙ୍କର ତିନୋଟି କାରକୁ ଧକ୍କା ଦେଇଥିଲା ଯାହା ଫଳରେ ସେଠାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା | ଓ ବାକୁବ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଦୁର୍ଘଟଣା ସମୟରେ ରାସ୍ତା ଗହଳିପୁର୍ଣ୍ଣ ଥିଲା | ଜିଲ୍ଲାପାଳ ମୃତକ ପରିବାର ପାଇଁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି | ଏବଂ ଆହତମାନଙ୍କ ଚିକତ୍ସା ପାଇଁ ରାଜ୍ୟ ସସରକାର ସମସ୍ତ ଖର୍ଚ୍ଚ ବହନ କରିବେ |

Leave a Reply

Your email address will not be published. Required fields are marked *