Pratidin TV

Odisha's Digital News Platform

ବର୍ଷାରେ ବେହାଲ ମାୟାନଗରୀ , ବାତିଲ୍‌ ହେଲା ୫୦ ବିମାନ..

1 min read

ମାୟାନଗରୀରେ ପ୍ରବଳ ବର୍ଷା ।  ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ୍ୱାଭାବିକ ଭାବେ ଯାତାୟାତ କରିପାରୁନଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜୁଛି । ଯାହାଫଳରେ  ମୁମ଼୍ବାଇ ବିମାନ ବନ୍ଦରରେ ୫୦ ବିମାନ ଉଡ଼ାଣକୁ ବାତିଲ୍‌ କରାଯାଇଛି ।

ଏହାଛଡ଼ା ମୁମ଼୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୨୭ଟି ଫ୍ଲାଇଟ୍‌କୁ ଅନ୍ୟ ବିମାନ ବନ୍ଦରରେ ଅବତରଣ କରିବକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଭାରତୀୟ ପାଣିପାଗ ବିଭାଗ ମୁମ଼୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ।ମୁମ୍ବାଇ ରେ ପାଖାପାଖି ୩୦୦ ମିମି ବର୍ଷା ରେକର୍ଡ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *