ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାରେ ଗିରଫ ହେଲେ ବାପା ଅଭିଯୁକ୍ତି ପୁଅ ଫେରାର୍
1 min readମୁମ୍ବାଇରେ ଘଟିଥିବା ହିଟ ଆଣ୍ଡ ରନ କେସରେ ଗିରଫ ହେଲେ ରାଜନେତା | କିନ୍ତୁ ଅଭିଯୁକ୍ତ ପୁଅ ବର୍ତ୍ତମାନ ସୁଦ୍ଧା ଫେରାର | ପୁନେରେ ଦାମୀ କାର ପୋର୍ସେ ବାଇକ ଆରୋହୀଙ୍କୁ ଧକ୍କା ଦେବା ଓ ୨ ଯୁବକ ଯୁବତିଙ୍କ ମୃତ୍ୟୁ ହୋଇଯିବା ଘଟଣା ମନରୁ ଲିଭି ନଥିବା ବେଳେ ମୁମ୍ବାଇରୁ ଆସିଛି ପୁଣି ଆଉ ଏକ ଏପରି ଘଟଣା | ମୁମ୍ବାଇର ୱର୍ଲି ଅଞ୍ଚଳରେ ଗତକାଲି ହିଟ ଆଣ୍ଡ ରନ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ଘଣ୍ଟାକୁ ୨୪ ଘଣ୍ଟା ପୁରି ନଥିବା ବେଳେ ଗିରଫ ହୋଇଛନ୍ତି ରାଜନେତା ବାବା ଓ ଡ୍ରାଇଭର | ଶିବସେନା ସଦସ୍ୟ ରାଜେଶ ଶାହା ଏହି ଘଟଣାରେ ଗିରଫ ହୋଇଛନ୍ତି ଓ ମିହିର ଶାହ କାର ଚାଉଥିବା ମୁଖ୍ୟ ଅଭିଯୁକ୍ତ ଘଟଣା ଘଟିବା ପରେ ଫେରାର ହୋଇଯାଇଛନ୍ତି |
ତେବେ ଦ୍ରୁତଗତିରେ କାର ଆଣି ସ୍କୁଟିକୁ ଧକ୍କା ଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ତେବେ କାର୍ତ୍ତି ରାଜେଶ ଶାହଙ୍କ ନାଁ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି | ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏନେଇ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ହିଟ ଆଣ୍ଡ ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି | ଏହାକୁ ରୋକିବା ପାଇଁ ପଦକ୍ଷପ ନିଆଯିବ ଏବଂ ଦୁର୍ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ |
ସୂଚନା ଅନୁସାରେ, ଗତକାଲି ଦମ୍ପତି ମାଛ ଆଣିବାକୁ ସସୁନ୍ ଡକକୁ ଯାଇଥିଲେ। ଫେରିବା ବାଟରେ ୱର୍ଲି ଅଟରିଆ ମଲ୍ ନିକଟରେ ସେମାନଙ୍କ ସ୍କୁଟିକୁ ପଛପଟରୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ବିଏମଡବ୍ଲୁ। ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍ୱାମୀ-ସ୍ତ୍ରୀ ଛିଟିକି ପଡ଼ି ବିଏମଡବ୍ଲୁ ବନେଟ୍ ଉପରେ ପଡିଥିଲେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ସ୍ୱାମୀ ବନେଟରୁ ଡେଇଁବାରେ ସଫଳ ହୋଇଥିଲେ କିନ୍ତୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା | ତେବେ ଲାର ଚାଳକ ନିଜକୁ ରକ୍ଷା କରିବାକୁ ଯାଇ ଗାଡି ନ ରଖି ଦାମ୍ପତ୍ଙ୍କୁ ୧00 ମିଟର ପର୍ଯ୍ୟନ୍ତ ଟାଣିନେଇଥିଲେ | ତେବେ ଦୁର୍ଘଟଣାସ୍ଥଳରୁ ବିଏମଡବ୍ଲୁ ସହ ଚମ୍ପଟ ମାରିଥିଲା ଡ୍ରାଇଭର।