ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା , ଚାଲିଗଲା ୯ ଜଣଙ୍କ ଜୀବନ ..
1 min readମୁମ୍ବାଇ : ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୯ ଜଣଙ୍କ ଜୀବନ । ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।
ଗୁରୁବାର ସକାଳ ପ୍ରାୟ ୫ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଘଟିଛି । ଜଣେ ଚାରି ବର୍ଷର ଶିଶୁ ଏହି ଦୁର୍ଘଟଣାରୁ ଅଳ୍ପକେ ବଂଚି ଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ସମ୍ପୃକ୍ତ ଚାରି ଚକିଆ ଯାନ ମୁମ୍ବାଇରୁ ଆସୁଥିଲା । ଏହି ସମୟରେ ଟ୍ରକ ଏବଂ ଚାରି ଚକିଆ ଯାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାରମ୍ଭିକ ଆକଳନ ହେଉଛି କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଛି ।
ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ପାଂଚ ଜଣ ପୁରୁଷ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗୋରେଗାଓଁ ପୋଲିସ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଂଚିଥିଲା । ପୋଲିସ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାମ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ଆହତ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।