Pratidin TV

Odisha's Digital News Platform

୭ତାଲା ବିଲ୍ଟିଂରେ ଲାଗିଲା ନିଆଁ , କାର ବାଇକ ସହ ଜୀବନ୍ତ ଜଳିଗଲେ ୭ଜଣ ଲୋକ

1 min read

ମୁମ୍ବାଇ ବିଲ୍ଟିଂରେ ଅଗ୍ନିକାଣ୍ଡ । ମହାରାଷ୍ଟ୍ର ମୁମ୍ବାଇର ଏକ ବିଲ୍ଟିଂରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୫୧ ଜଣଲୋକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବ ନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ତେବେ ଖବର ପାଇ ଘଟଣସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ ଯେଉଁ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା, ତାହା ମୁମ୍ବାଇର ଗୋରେଗାଓଁରେ ଅବସ୍ଥିତ । ନିଆଁ ଲାଗିବା ଯୋଗୁଁ ଘଟଣାସ୍ଥଳରେ ଭୟର ବାତାବରଣ ଖେଳି ଯାଇଛି । ଅଗ୍ନିଶମ ବାହିନୀ ଲୋକମାନେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏଥି ସହିତ ଯଥାଶୀଘ୍ର ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବିଲ୍ଡିଂରେ କିପରି ନିଆଁ ଲାଗିଥିଲା ସେ ନେଇ ସ୍ପଷ୍ଟ ଜଣା ପଡିନାହିଁ । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଛି । ଏତିରେ ଲୋକଙ୍କ ବ୍ୟତୀତ ୪ଟି କାର ଓ ୩୦ଟି ବାଇକ ମଧ୍ୟ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି ।

Advertisement

Leave a Reply

Your email address will not be published. Required fields are marked *