Pratidin TV

Odisha's Digital News Platform

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଲା ବେଲ୍

1 min read

ମୁମ଼୍ବାଇ ବିଏମ୍‌ଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ରାଜେଶ ଶାହାଙ୍କୁ ଜାମିନ୍‌ ମିଳିଛି । ସୋମବାର ମାମଲାର ଶୁଣାଣି କରି ସ୍ଥାନୀୟ କୋର୍ଟ ଶିବସେନା ଶିନ୍ଦେ ଗୋଷ୍ଠୀର ଏହି ନେତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି । ଏହି ରିପୋର୍ଟ ମୁତାବିକ ଅଦାଲତ ୧୫ ହଜାର ଟଙ୍କା ଅମାନତ ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜେଶ ଶାହା ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କ ବାପା । ୨୪ ବର୍ଷୀୟ ମିହିର ରବିବାର ଦ୍ରୁତ ଗତିରେ ବିଏମ୍‌ଡବ୍ଲୁ କାର ଚଳାଇ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୁଲିସ ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଗତକାଲି ଉଭୟଙ୍କୁ କୋର୍ଟରେ ହାଜର କରା ଯାଇଥିଲା। ଏ ଉପରେ ବିଚାର କରି କୋର୍ଟ ଆଜି ପ୍ରଥମେ ରାଜେଶ ଶାହଙ୍କୁ ଜୁଲାଇ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। କିନ୍ତୁ ପରେ ୧୫ ହଜାର ଟଙ୍କାର ଜାମିନ ବଣ୍ଡ୍ ବଦଳରେ ବେଲ୍ ଦେଇଥିବା ରାଜେଶଙ୍କ ଓକିଲ କହିଛନ୍ତି।

Advertisement

ଅନ୍ୟପଟେ ମୁମ଼୍ବାଇ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି, ସେ ପର୍ଯ୍ୟନ୍ତ ଅପରାଧୀ ଖସିଯାଇ ପାରିବେ ନାହିଁ । ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଲୋକ ବ୍ୟବସ୍ଥାରେ ହେରଫେର କରିବା ପାଇଁ ନିଜ ପ୍ରତିଷ୍ଠାର ଦୂରୁପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ କହିବା ସହିତ ସେ ଏହି ମାମଲାକୁ ଗମ୍ଭୀରତାର ସହ ନେବାକୁ ରାଜ୍ୟ ପୋଲିସ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *