Pratidin TV

Odisha's Digital News Platform

IPL 2025 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ ପଦକ୍ଷେପ , ବଦଳାଇଲା ହେଡ୍ କୋଚ୍ ..

1 min read

IPL 2025 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ ପଦକ୍ଷେପ । ରବିବାର ଦିନ ଫ୍ରାଞ୍ଚାଇଜ୍ ନିଶ୍ଚିତ କରିଛି ଯେ ମହେଲା ଜୟୱାର୍ଡେନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଫ୍ରାଞ୍ଚାଇଜ ମହେଲା ଜୟବର୍ଦ୍ଧନେଙ୍କୁ ପୁଣି ଥରେ ବଡ଼ ଦାୟିତ୍ଵ ଦେଇଛି।

ଜୟୱାର୍ଡେନ IPL 2025 MUMBAI INDIANS HEAD COACH

Advertisement

ମାର୍କ ବାଉଚର ୨୦୨୩ ଓ ୨୦୨୪ ଦୁଇ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ଥିଲେ। କିନ୍ତୁ ତାଙ୍କ କୋଚିଂ ସମୟରେ ଦଳର ପ୍ରଦର୍ଶନ ନିରୁତ୍ସାହଜକ ରହିଥିଲା। ଏବେ ତାଙ୍କ ସ୍ଥାନରେ ଜୟବର୍ଦ୍ଧନେଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି ଫ୍ରାଞ୍ଚାଇଜ।ଶ୍ରୀଲଙ୍କାର ଏହି ପୂର୍ବତନ ଖେଳାଳିଙ୍କୁ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଦାୟିତ୍ୱ ନେଇଛନ୍ତି । ମାର୍କ ବାଉଚରଙ୍କୁ ରିପ୍ଲେସ୍ କରି ପୁଣି ଦଳରେ ଏଣ୍ଟ୍ରି କରିଛନ୍ତି ଜୟବର୍ଦ୍ଧନେ ।

EX HEAD COACH MUMBAI INDIANS –ମାର୍କ ବାଉଚର

ତେବେ ଜୟବର୍ଦ୍ଧନେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବାଇ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ଥିଲେ। ଏବେ ପୁଣି ଥରେ ସେହି ଦାୟିତ୍ବ ବହନ କରିବାକୁ ଯାଉଛନ୍ତି । ଜୟବର୍ଦ୍ଧନେଙ୍କ କାର୍ଯ୍ୟକାଳରେ ମୁମ୍ବାଇ ଇଣ୍ଡିଆନ୍ସ ତିନି ଥର ୨୦୧୭, ୨୦୧୯ ଓ ୨୦୨୦ରେ ଟ୍ରଫି ଜିତିଥିବା ବେଳେ ମୋଟ୍ ୫ ଥର ଚାମ୍ପିଅନ ହୋଇଛି। ୨୦୨୨ରେ ଜୟବର୍ଦ୍ଧନେଙ୍କୁ ମୁମ୍ବାଇ ଫ୍ରାଞ୍ଚାଇଜ ଗ୍ଲୋବାଲ ହେଡ୍ ଅଫ କ୍ରିକେଟ୍ ପଦରେ ନିଯୁକ୍ତ ଦେଇଥିଲା।

Leave a Reply

Your email address will not be published. Required fields are marked *