Pratidin TV

Odisha's Digital News Platform

ମହିଳା ପ୍ରିମିୟର ଲିଗ୍ ୨୦୨୩ : ପ୍ରଥମ ମ୍ୟାଚରେ ଗୁଜୁରାଟକୁ ହରାଇ ବାଜି ମାରିଲା ମହିଳା ମୁମ୍ବାଇ ଇଣ୍ଡିଆନ୍ସ..

1 min read

ଭୁବନେଶ୍ୱର : ପରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ / ଇଣ୍ଡିଆନ ପ୍ରିମିୟର ଲିଗ୍ ଆରମ୍ବର ଠିକ୍ ୧୫ ବର୍ଷପରେ, ୨୦୨୩ ମାର୍ଚ୍ଚ ମାସ ୪ ତାରିଖଠାରୁ ମହିଳା ପ୍ରିମିୟର ଲିଗ୍‌ର ଶୁଭାରମ୍ଭ ହୋଇଛି । ଆଉ ପ୍ରଥମ ମ୍ୟାଚରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି । ଗୁଜୁରାଟ୍ ଜାଏଣ୍ଟସକୁ ୧୪୩ ରନ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ୍‌ରେ ଅଭିଯାନ ଆରମ୍ଭ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

ଅଧିନାୟିକା ହର୍ମନପ୍ରୀତ୍ କୌର ମାତ୍ର ୨୨ ବଲରୁ ଏହି ଲିଗ୍‌ର ପ୍ରଥମ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ୬୫ ରନ୍ କରିଥିଲେ । ୩୦ ବଲ୍‌ରୁ ସେ ୧୪ ଟି ଚୌକା ବଳରେ ୬୫ ରନ୍ କରିବାରୁ ମୁମ୍ବାଇ ୨୦୭ ରନ୍ କରିଥିଲା । ସେହିଭଳି ହେଲି ମାଥ୍ୟୁସ ୩୧ ବଲ୍‌ରେ ୪୭ ରନ୍ ଏବଂ ଅମେଲିୟା କେର୍ ଅପରାଜିତ ୪୫ ରନ୍ ସଂଗ୍ରହ କରିଥିଲା । ଯେତବେଳେ କି ସାଇକ ଇଶାକ ୪ ୱିକେଟ୍ ଅକ୍ତିଆର୍ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *