Pratidin TV

Odisha's Digital News Platform

ଉବୁଟୁବୁ ମାୟାନଗରୀ ମୁମ୍ବାଇ, ବୁଡିଲା ରାସ୍ତାଘାଟ, ଶିକ୍ଷାନୁଷ୍ଠାନ ହେଲା ବନ୍ଦ, ଉଦ୍ଧାରକାର୍ଯ୍ୟ ସେନା ନିୟୋଜିତ

1 min read

ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ଲଗାଣ ବର୍ଷା। ମୁମ୍ବାଇ, ପୁଣେ , ପାଲଘର ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତ ୪୮ ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷାରେ ରାସ୍ତାଘାଟ ବୁଡିଯାଇଛି। ଲୋକଙ୍କ ଘରେ ମଧ୍ୟ ଅଣ୍ଟାଏ ଅଣ୍ଟାଏ ପାଣି ଜମି ରହିଛି। ଯାହାଫଳରେ ଜନଜୀବନ ପ୍ରଭାବିତ ହେବା ସହ ଗମନାଗମନରେ ସମସ୍ୟା ଉପୁଜିଛି।

ପଶ୍ଚିମ ଭାରତରେ ଲାଗି ରହିଛି ବର୍ଷା ବିତ୍ପାତ। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହେଲାଣି ମାୟାନଗରୀ ମୁମ୍ବାଇର ଅବସ୍ଥା। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି।

ଲଗାଣ ବର୍ଷାକୁ ଦେଖି ପୁଣେ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମୁମ୍ବାଇର ଅଧିକାଂଶ ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁଣେରେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସ୍ଥିତି ଅଧିକ ଖରାପ ହେବାକୁ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନର ସହାୟତା ନେଇଛି ସେନା।

ଜଳବନ୍ଦୀ ଅବସ୍ଥାରେ ଥିବା ଉଦ୍ଧାରକାରୀଙ୍କ ଚାଲିଛି ଉଦ୍ଧାର କାର୍ଯ୍ୟ | ଯାବତ ୪ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟରେ NDRF, ଅଗ୍ନିଶମ ବାହିନୀ, ସ୍ଥାନୀୟ ପ୍ରଶାସନିକ ଟିମ୍‌ ବି ନିୟୋଜିତ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୁମ୍ବାଇର ଉପକଣ୍ଠ ଅଞ୍ଚଳଗୁଡ଼ିକରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସ୍ଥିତିର ସମୀକ୍ଷା କରିବା ସହ ରାଇଗଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ କହିଛନ୍ତି। ରାଇଗଡ଼ –ପୁଣେ ରାସ୍ତାରେ ଭୂସ୍ଖଳନ ହେବାରୁ ତାମହିନି ଘାଟାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Leave a Reply

Your email address will not be published. Required fields are marked *