ଆତଙ୍କବାଦୀ ଠାରୁ ଗୁଳି ଖାଇ ମଧ୍ୟ ଦେଇଥିଲେ ସାକ୍ଷୀ, ଫାସି ଖୁଣ୍ଟରେ ଝୁଲିଥିଲା କସାବ…
1 min read୨୦୦୮ ନଭେମ୍ବରର ୨୬ ତାରିଖ । ଲସ୍କର ଇ ତୋଇବାର ସଂଗଠନର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ଖେଳାଇଥିଲେ ଆତଙ୍କ । ପାକିସ୍ତାନୀ ଆତଙ୍କବାଦୀ ଭାରତୀୟଙ୍କ ରକ୍ତରେ ଖେଳିଥିଲେ ରକ୍ତର ହୋଲି । ଆଜି ଘଟଣାକୁ ୧୫ ବର୍ଷ ବିତି ଯାଇଥିଲେ ବି ମନରୁ ଲିଭିନାହିଁ ସେହି କରାଳ ଦୃଶ୍ୟ । ଏହି ଆକ୍ରମଣର ମାଇଷ୍ଟମାଇଣ୍ଡ ଆଜିବି ପାକିସ୍ତାନରେ ଖୁଲ୍ଲମଖୁଲା ବୁଲୁଛି । କିନ୍ତୁ ପାକିସ୍ତାନ ସରକାର ତା ପ୍ରତି କୈାଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି । ସେପଟେ ଚୀନ ମଧ୍ୟ ସେମାନଙ୍କୁ ସମର୍ଥନ କରୁଛି । ସେଦିନର ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୬୬ ଜଣଙ୍କର ପ୍ରାଣ ବଳି ପଡ଼ିଥିବା ବେଳେ ୩୦୦ରୁ ଉଦ୍ଧଦ୍ଧେଲାକ ଗୁରୁତର ହୋଇଥିଲେ । ଆଉ ଏହି ଆକ୍ରମଣରେ ଶିକାର ହୋଇଥିଲା ଜଣେ ୯ବର୍ଷର ବାଳିକା । ତେବେ ଆତଙ୍କବାଦୀ ମାନଙ୍କୁ ନିପାତ କରିବାକୁ ଭାରତୀୟ ସେନାକୁ ଲାଗିଥିଲା ୪ ଦିନ । ଯେତେବେଳେ ଏହି ଆକ୍ରମଣ ବନ୍ଦ ହୋଇଗଲା ଏବଂ ଆତଙ୍କବାଦୀ କମାଣ୍ଡର ଆଜମଲ କାସାବଙ୍କ ବିରୋଧରେ କୋର୍ଟ ଚାଲିଥିଲା ସେତେବେଳେ ଜଣେ ନଅ ବର୍ଷର ବାଳିକା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ସେହି ଝିଅର ନାମ ଦେବିକା ରୋଟାୱାନ । ଦେବିକା ଆକ୍ରମଣ ସମୟରେ ଶିବାଜୀ ଟର୍ମିନାସରେ ଉପସ୍ଥିତ ଥିଲେ । ସେ ସମୟରେ ତାଙ୍କୁ ୯ ବର୍ଷ ହୋଇଥିଲା ଏବଂ କିଛି ମାସ ମଧ୍ୟରେ ତାଙ୍କର ଦଶମ ଜନ୍ମଦିନ ପାଳନ କରିବାକୁ ଯାଉଥିଲେ । କିନ୍ତୁ ଶିବାଜୀ ଟର୍ମିନାସ ରେଳ ଷ୍ଟେସନରେ ହୋଇଥିବା ଆକ୍ରମଣରେ ଗୋଟିଏ ଗୁଳି ବାଜିଥିଲା ଦେବିକାଙ୍କ ଗୋଡରେ । କୋର୍ଟରେ କସାବଙ୍କୁ ଚିହ୍ନିବାରେ ଦେବିକା ସର୍ବକନିଷ୍ଠ ସାକ୍ଷୀ ଥିଲେ । ୨୦୦୯ରେ ଦେବିକା ଆତଙ୍କବାଦୀ କସାବ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ । ଆଉ ଦେବିକାଙ୍କ ସାକ୍ଷୀ ହେତୁ ଆତଙ୍କବାଦୀକୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା । ସେହି ସମୟରେ, ତାଙ୍କର ଗୋଟିଏ ଫଟୋଗ୍ରାଫ ଗଣମାଧ୍ୟମରେ ବହୁ କଭରେଜ୍ ହୋଇଥିଲା । ଯେଉଁଥିରେ ସେ କ୍ରଚ୍ ସାହାଯ୍ୟରେ କୋର୍ଟରେ ପହଞ୍ଚିଥିବାର ଦେଖାଯାଇଥିଲା । ଆଉ ଆଜି ସେହି ଦେବିକା ବଡ ହୋଇଯାଇଛନ୍ତି । ବାନ୍ଦ୍ରାର ଚେତନା କଲେଜରେ ଯୁକ୍ତ ୩ କଳାର ତୃତୀୟ ବର୍ଷର ଛାତ୍ରୀ । ଘରେ ଆଉ କେହି ରୋଜଗାରକ୍ଷମ ନାହାନ୍ତି । ତେଣୁ ଦେବିକା ଏବେ ଚାକିରି ସନ୍ଧାନରେ ଅଛନ୍ତି । କୋର୍ଟରେ ସାକ୍ଷୀ ଦେବା ସମୟରେ ତାଙ୍କୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏବେବି ତାଙ୍କ ଜୀବନରେ ମୋର ସଂଘର୍ଷରେ ଲାଗିରହିଥିବାର ସେ ପ୍ରକାଶ କରିଛନ୍ତି ।