Pratidin TV

Odisha's Digital News Platform

୫୦ରୁ ଅଧିକ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଇମେଲରେ ଆସିଲା ଧମକ

1 min read

ମୁମ୍ବାଇରେ ବୋମା ବିସ୍ଫୋରଣ ଧମକପୂର୍ଣ୍ଣ ଇମେଲ ପାଇବା ପରେ ମୁମ୍ବାଇର ଅନେକ ଡାକ୍ତରଖାନାରେ ଆତଙ୍କ ଖେଳିଯାଇଥିଲା। ହାକୁ ନେଇ ଏବେ ପୁଲିସ ଆଲର୍ଟ ମୁଡ୍‌ରେ ରହିଛି। ବିଭିନ୍ନ ହସ୍ପିଟାଲର ଯାଞ୍ଚ କରାଯାଇଛି। ତେବେ ଡାକ୍ତରଖାନାରୁ ସେଭଳି କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ |

ସୂଚନା ଅନୂଜୟୀ, ମଙ୍ଗଳବାର ଜୁନ ୧୮ ତାରିଖ ଦିନ ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଇ-ମେଲ୍‌ ଜରିଆରେ ଆସିଥିଲା ଧମକ | ଭିପିଏନ୍‌ ନେଟଓ୍ୱର୍କ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ତେବେ ଇମେଲ ପଠାଇଥିବା ବ୍ୟକ୍ତି ଜଣକ କିଏ ଏପର୍ଯ୍ୟନ୍ତ ଜଣାପଡିନାହିଁ |

Advertisement

ପୁଲିସ କହିବା ଅନୁସାରେ ସବୁ ଧମକପୂର୍ଣ୍ଣ ଇ-ମେଲ୍‌ ଗୋଟିଏ ଆଇଡି Beeble.Com ଆସିଥିଲା | ଧମକ ଖବର ପାଇବା ମାତ୍ରେ ପୋଲିସ ଏବଂ ବୋମା ନିଷ୍କାସନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମେଲିଂର ଉଦ୍ଦେଶ୍ୟ କ’ଣ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ ବିଷୟ ଅନୁସନ୍ଧାନ କରାଯାଉଛି | ତଥାପି, କୌଣସି ସନ୍ଦେହଜନକ ସନ୍ଧାନ ମିଳିନାହିଁ | ବର୍ତ୍ତମାନ ପୋଲିସ ଏହି ଘଟଣାର ଗମ୍ଭୀର ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *