Pratidin TV

Odisha's Digital News Platform

ବଡା ପାଓ ବିକ୍ରି କରି ହେଲେ ଲକ୍ଷପତି ମାସକୁ ରୋଜଗାର ୨ଲକ୍ଷ

1 min read

ବଡା ପାଓ ବିକ୍ରି କରି ହେଲେ ଲକ୍ଷପତି | ଦୋକାନୀଙ୍କ ରୋଜଗାର ଶୁଣି ଉଡିଯିବ ହୋସ | ତେବେ ଛୋଟ ସ୍ଥରରୁ ଚାକିରୀ ଆରମ୍ଭ କରି ଶୀର୍ଷକୁ ଯିବାର ସ୍ୱପ୍ନ ସମସ୍ତେ ଦେଖିଥାନ୍ତି | କିନ୍ତୁ ଏହା ମଧ୍ୟ ସତ ଯେ ଭାରତର ଅଧିକାଂଶ ଲୋକ ମାସିକ ବେତନ ୧ ଲକ୍ଷ ଟଙ୍କା ସ୍ୱପ୍ନ ଠାରୁ କମ ନୁହେଁ | ହେଲେ ମୁମ୍ବାଇର ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଥିବା ଷ୍ଟଲରୁ ବଡା ପାଓ ବିକ୍ରି କରି ବର୍ଷକୁ ୨୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି |

ତେବେ ଏକ ଭାଇରାଲ ଭିଡ଼ିଓ ମାଧ୍ୟମରେ ଏହି ସୁଚନା ସାମ୍ନାକୁ ଆସିଛି | ଏହି ଭିଡ଼ିଓରେ ପ୍ରାୟ ୧ କୋଟିରୁ ଭ୍ୟୁ ରହିଛି | ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରାଯାଇଥିବା ଭିଡ଼ିଓରେ କୁହାଯାଇଛି ଯେ, ବଡା ପାଓ ବିକ୍ରି କରୁଥିବା ଏହି ଷ୍ଟ୍ରିଟ ବିକ୍ରେତାଙ୍କ ବାର୍ଷିକ ଆୟ ୨୪ ଲକ୍ଷ ଟଙ୍କା | ବିକ୍ରେତାଙ୍କ ମାସିକ ବେତନ ପ୍ରାୟ ୨ଲକ୍ଷ ୮0 ହଜାର ହୋଇଛି | ସେ ଏଥିରୁ ୮0 ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି | ଏହାପରେ ସେ ମାସକୁ ୨ ଲକ୍ଷ ଟଙ୍କା ସଞ୍ଚୟ କରିଥାନ୍ତି | ତାଙ୍କ ରୋଜଗାର ଶୂନୀଳକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି |

Advertisement

ତେବେ ଭିଡ଼ିଓରେ ବଡା ପାଓ ବିକ୍ରେତା କହିଛନ୍ତି, ସେ ସକାଳେ ପ୍ରାୟ ୨00 ବଡା ପାଓ ବିକ୍ରି କରିଥାନ୍ତି | ସନ୍ଧ୍ୟା ସୁଦ୍ଧା ୬୨୨ ରେ ପହଞ୍ଚିଥାଏ | ସେ ଗୋଟେ ବଡା ପାଓକୁ ୧୫ ଟଙ୍କାରେ ବିକ୍ରି କରିଥାନ୍ତି | ତାଙ୍କର ଦୈନଦିନ ଆୟ ପ୍ରାୟ ୯ ହଜାର ୩ 00 ଟଙ୍କା ହୋଇଥାଏ | ମାସକୁ ଦେଖିବାକୁ ଗଲେ ରୋଜଗାର ପ୍ରାୟ ୨ଲକ୍ଷ ୮0 ହଜାର ହେବ |

Leave a Reply

Your email address will not be published. Required fields are marked *