Pratidin TV

Odisha's Digital News Platform

ଇନଷ୍ଟାଗ୍ରାମରୁ ସାଙ୍ଗ ପରେ କଲା ଦୁଷ୍କର୍ମ; ଦୁଃଖ ଶୁଣାଇଲେ ପୀଡିତ।

1 min read

ମୁମ୍ବାଇ:ମୁମ୍ବାଇରେ ସାମ୍ନାକୁ ଆସିଲା ଦୁଷ୍କର୍ମର ଖବର | ୨୧ ବର୍ଷୀୟ ଝିଅ ତାଙ୍କ ସୋସିଆଲ ମିଡିଆରେ ନିଶା ଅବସ୍ଥାରେ ସାଙ୍ଗ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ | ଦକ୍ଷିଣ ମୁମ୍ବାଇର ୱର୍ଲି ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଝିଅଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ସବୁଠାରୁ କଷ୍ଟଦାୟକ ଅନୁଭବ ବାଣ୍ଟିଥିଲେ | ସେ କ୍ରମାଗତ ଭାବରେ ରାତିରେ ହୋଇଥିବା ନିଜର ଯନ୍ତ୍ରଣା ବିଷୟରେ କହିଥିଲେ |

ଏହି ଘଟଣାର ମାମଲା ୧୩ ଜାନୁଆରୀରେ ହୋଇଥିଲା ବୋଲି କୁହାଯାଉଛି। ଝିଅର ଇନଷ୍ଟାଗ୍ରାମ ପୋଷ୍ଟ ଅନୁସାରେ ଆରୋପି ହେତିକ ସାହ ସହ ସେ ସେହି ରାତିରେ ଭେଟ ହୋଇଥିଲା। ଏହା ପୂର୍ବରୁ ସେମାନେ ଦୁହେଁ ଖାଲି ଇନଷ୍ଟାଗ୍ରାମରେ କଥା ହେଉଥିଲେ।

Advertisement

ଝିଅ ଲେଖିଛି କି, ମୋତେ ୨୧ ବର୍ଷ ଆଉ ଏଇଟା ମୋ କାହାଣୀ। ଇନଷ୍ଟାଗ୍ରାମରେ ସାଙ୍ଗ ହୋଇଥିବା ହେତିକ ସାହ ସହ ମୁଁ ନାଇଟ ଆଉଟର ଯୋଜନା କରିଥିଲି। ଆମର କିଛି ମିଉଚୁଆଲ ସାଙ୍ଗ ମଧ୍ୟ ଥିଲେ | ମୁଁ ନାଇଟ ଆଉଟରେ ମସ୍ତି କରିବା କଥା ଭାବିଥିଲି, କିନ୍ତୁ ଏହି ରାତି ମୋ ପାଇଁ ଭୟଙ୍କର ରାତି ସୃଷ୍ଟି ହୋଇଗଲା | ହେତିକ ଆଉ ମୁଁ ଡ୍ରିଙ୍କ ପାର୍ଟି କରିବା ପାଇଁ ବାହାରିଥିଲୁ। ଆରମ୍ଭରୁ ଜାଗା ‘A’ ରୁ ହେଲା। ହେତିକର କିଛି ସାଙ୍ଗ ସହ ଭେଟ ହେଲା ପରେ ଆମେ ବାଷ୍ଟିୟାନ ପାଇଁ ବାହାରିଗଲୁ । କିଛି ଟକିଲା ସଟ ପରେ ମୋତେ ଟିକେ ନିଶା ହୋଇଯାଇଥିଲା। ମୁ ପାର୍ଟିରେ ନିଜକୁ ଏକ ଆଉ ଚିନ୍ତିତ ଆନିଭଵ ହେଲା।

ଝିଅ ଆହୁରି ମଧ୍ୟ ଲେଖିଥିଲା, ତଥାପି ହେତିକ ମୋତେ ଆହୁରି ପିଇବା ପାଇଁ ବାଧ୍ୟ କଲା। ଏହାପରେ ମୁ ପୁରା ବ୍ଲାକଆଉଟ ହୋଇଗଲି। ମୋତେ ଏହାପରେ କିଛି ଆଉ ମନେ ନାହିଁ। ମୋର ସନ୍ଦେହ ଯେ ସେ ମୋତେ ‘ନିଶା ବଟିକା’ ଦେଇଛି। ମୋତେ ଯେତେବେଳେ ଚେତା ଆସିଲା ଏବଂ ଦେଖିଲି ସେ ମୋତେ ଦୁଷ୍କର୍ମ କରୁଛି। ମୁଁ ତାକୁ ଅଟକାଇବାକୁ ବହୁତ ଚେଷ୍ଟା କଲି, କିନ୍ତୁ ସେ ଅଟକି ନଥିଲା। କେବଳ ଏତିକି ନୁହେଁ, କ୍ରୋଧରେ ସେ ମୋତେ ତିନିଥର ଚାପୁଡ଼ା ମାରିଥିଲା, ଯେଉଁଥିପାଇଁ ମୁଁ ଡରି ଯାଇଥିଲି। ହେତିକ୍ ଶାହା ତାଙ୍କ ବନ୍ଧୁଙ୍କ ଫ୍ଲାଟରେ ମୋତେ ବଳାତ୍କାର କରିଥିଲେ। ଏହା ପରେ ତାଙ୍କ ସାଙ୍ଗମାନେ ମୋତେ ସେଠାରୁ ବାହାର କରିବାକୁ ଚେଷ୍ଟା କଲେ ଏବଂ ମୋତେ ଧମକ ମଧ୍ୟ ଦେଇଥିଲେ। ”

ସେ ଲେଖିଛନ୍ତି, “ମୋତେ ଉଠାଇବା ପାଇଁ ମୁଁ ମୋର ସମ୍ପର୍କୀୟ ଭାଈକୁ ଡାକିଲି। ମୁଁ ଏତେ ଡ଼ରିହୋଇଥିଲି ଏବଂ ମତେ ଏତେ ଆଘାତ ଲାଗିଥିଲା ଯେ ମୁଁ ସେହି ରାତିର ଘଟଣା ବିଷୟରେ ନିଜ ବାପା ମାଙ୍କୁ ଜଣାଇବାକୁ ନିଜର ସାହସ ଆଣି ପାରିଲି ନାହିଁ। ଯେତେବେଳେ ମୋ ପରିବାର ଏହା ଜାଣିଲେ, ସେମାନେ ଚକିତ ହୋଇଗଲେ।ପରେ ଘରଲୋକଙ୍କ ସାହସରେ ମୁ ଏଫ୍ଆଇଆର୍ ଦାଖଲ କରିଥିଲି। ଅଭିଯୁକ୍ତ ପରଦିନ ସକାଳେ ତାଙ୍କ ଆଚରଣ ପାଇଁ କ୍ଷମା ମାଗିଥିଲେ। କିନ୍ତୁ ସକାଳେ ତାଙ୍କ କ୍ଷମା ପ୍ରାର୍ଥନା ମୋ ପାଇଁ କିଛି ଲାଭ ନୁହେଁ ଏବଂ ସେ ଫେରାର ହୋଇଗଲା । ସେ ଜାଣିଥିଲେ ଯେ ସେ “ସେ କଣ କରିଛନ୍ତି? ୧୨ ଦିନ ହୋଇଗଲାଣି ଏବଂ ସେ ଏବେ ମଧ୍ୟ ଫେରାର ଅଛନ୍ତି … ସେ ଜାମିନ ଆବେଦନ କରିଛି । “

Leave a Reply

Your email address will not be published. Required fields are marked *