Pratidin TV

Odisha's Digital News Platform

କରୋନାଠୁ ଶହେ ଗୁଣ ହୋଇ ଆସିଲା ‘ମମ୍ପସ୍‌’ ଭାଇରସ୍‌..

କରୋନା ଭାଇରସ ର ଭୟ ମନରୁ ଯାଇନଥିବା ବେଳେ , ଏବେ ପୁଣି ଆସିଲାଣି ଆଉ ଏକ ନୂଆ ଭାଇରସ । ଏବେ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ‘ମମ୍ପସ୍‌’ ଭାଇରସ୍ । ଏହି ଭୁତାଣୁର ନିୟନ୍ତ୍ରଣ କରିବା ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ହେଲେ ଏହି ରୋଗ ସହ ଲଢ଼ିବା ପାଇଁ କୌଣସି ଟୀକା ଉପଲବ୍ଧ ହୋଇନାହିଁ ।

ହେଲେ ଏହି ଭାଇରସ ଏବେ ରାଜସ୍ଥାନରେ ଆତଙ୍କ ସୃଷ୍ଟି କରିଛି । ଏଥିପାଇଁ ସ୍ୱତନ୍ତ୍ର ଚିକିତ୍ସା ଉପଲବ୍ଧ ନଥିବାରୁ ଏହା ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଗାଇଡଲାଇନ ଅନୁଯାୟୀ, ରୋଗର ସଂସ୍ପର୍ଶରେ ଆସିବା ପରେ ୨ ରୁ ୩ ସପ୍ତାହ ମଧ୍ୟରେ ମମ୍ପସ୍ ରୋଗ ସଂକ୍ରମଣର ଲକ୍ଷଣ ଦେଖାଯାଏ ଏବଂ ରୋଗୀକୁ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ ପ୍ରଭାବିତ କରେ । ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ଫ୍ଲୁ ଭଳି । ଏହି ରୋଗ ସଂକ୍ରମଣ କରିବା ଦ୍ୱାରା କାସ, ଛିଙ୍କ, ମୁଣ୍ଡ ବ୍ୟଥା ସହ ଜ୍ୱର ଆସିଥାଏ ।

ଏଥିସହ କାନ ଆଖପାଖରେ ଫୁଲା ପଡିବା ସହ ଦରଜ ମଧ୍‌ଯ ହେଉଛି । ଏଣୁ ଏହାକୁ ସାଧାରଣ ଜ୍ୱର ଭାବି ଅବହେଳା କଲେ ସଂକ୍ରମଣ ତୀବ୍ର ହେଉଛି ଓ ଏହି ରୋଗ ହେତୁ ରୋଗୀର ସ୍ତନ, ମସ୍ତିଷ୍କ, ଅଗ୍ନାଶୟ ଏବଂ ମେରୁଦଣ୍ଡରେ ଫୁଲା ହୋଇପାରେ । ଏହା ସହିତ କେତେକ ବିରଳ କ୍ଷେତ୍ରରେ ବଧିରତା ମଧ୍ୟ ହୋଇପାରେ । ଏହିପରି ରୋଗୀଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବା ଏବଂ ଘରେ ବିଶ୍ରାମ ନେବାକୁ ନିବେଦନ କରାଯାଇଛି । ଏହି ରୋଗ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *