Pratidin TV

Odisha's Digital News Platform

ମେଡିକାଲରେ ଭର୍ତ୍ତି ହେଲେ ବିଗବସ ବିଜେତା ମୁନାଓ୍ବାର ଫାରୁକି , ଭାଇରଲ ହେଉଛି ଫଟୋ ..

1 min read

ବିଗିଡ଼ିଲା ବିଗବସ୍ ସିଜିନ୍ ୧୭ର ବିଜେତା ମୁନାଓ୍ବାର ଫାରୁକିଙ୍କ ଅବସ୍ଥା ଏବେ ହସ୍ପିଟାଲ୍ ରେ ହେଲେ ଭର୍ତ୍ତି  । ଯାହାର ଫଟୋ ଏବେ ଭାଇରଲ ହେବାରେ ଲାଗିଛି ।  ଫଟୋରେ ଦେଖିବାକୁ ମିଳିଛି  ତାଙ୍କ ହାତରେ ଆଇଭି ଡ୍ରିପ୍  ଲାଗିଛି। ତେବେ ଏହି ଫଟୋ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଙ୍କୁ ଝଟକା ଲାଗିଛି   । ଷ୍ଟାଣ୍ଡଅପ୍-କମେଡି ଅଭିନେତାଙ୍କର କଣ ହୋଇଛି ବୋଲି ଫ୍ୟାନ୍ସମାନେ ଏବେ ପ୍ରଶ୍ନ ପଚାରିଛନ୍ତି । ଚଳିତ ମାସ ଆରମ୍ଭରୁ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇଥି୍ଲା।

ଆଉ ମେଡିକାଲରେ ଭର୍ତ୍ତି ହୋଇଥିଲେ ଫାରୁକ୍। ମୁନାୱାର ଫାରୁକିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତାରେ ପଡିଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା  ମୁନାୱାର ଫାରୁକିଙ୍କ ବନ୍ଧୁ ନିତିନ ମେଙ୍ଗହାନି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମୁନାଫର ଡାକ୍ତରଖାନା ବେଡ୍ ରେ ଶୋଇଥିବାର ଫଟୋ ସେୟାର କରିଥିଲେ। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଇ, ତୁ ଶୀଘ୍ର ସୁସ୍ଥ ହୋଇଯା’। କିନ୍ତୁ ତାଙ୍କର କଣ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି । ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ମୁନାଓ୍ବାର ଫାରୁକି ହେଉଛନ୍ତି  ବିଗବସ୍ ସିଜିନ୍ ୧୭ର ବିଜେତା । ବିଗବସ୍ ର ଟ୍ରଫି ଜିତିବା ପରେ, ତାଙ୍କୁ ଏକ ମ୍ୟୁଜିକ୍ ଭିଡି଼ଓରେ ଦେଖିବାକୁ ମିଳିଥିଲା । ଏଥିରେ ହିନା ଖାନ୍ ମଧ୍ୟ ରହିଥିଲେ।

Advertisement

Leave a Reply

Your email address will not be published. Required fields are marked *