Pratidin TV

Odisha's Digital News Platform

ବିଗ୍ ବସ୍‌’ ସିଜିନ୍ ୧୭ର ବିଜେତା ହେଲେ ମୁନାୱର ଫାରୁକୀ , ମିଳିଲା ୫୦ ଲକ୍ଷ ସହ ଦାମୀ କାର୍ …

1 min read

ସରିଯାଇଛି ରିଆଲିଟି ଶୋ’ ବିଗବସ୍ ସିଜିନ-୧୭ । ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବିଗ୍ ବସ୍‌- ର ବିଜେତା ହୋଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ମୁନାୱର ଫାରୁକି । ନିଜ ଜନ୍ମ ଦିନରେ ବିଗବସ୍ ସିଜିନ-୧୭ର ଟ୍ରଫିକୁ ନିଜ ନାମରେ କରିଛନ୍ତି ମୁନାୱାର ଫାରୁକି । ୩୨ ବର୍ଷୀୟ ମୁନାୱର ଙ୍କୁ ଟ୍ରଫି ସମେତ ପୁରସ୍କାର ସ୍ୱରୂପ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କ୍ରେଟା କାର୍ ମିଳିଛି । ଏହା ତାଙ୍କ ପାଇଁ ସବୁଠୁ ବେଷ୍ଟ ବାର୍ଥ଼-ଡେ ଗିଫ୍ଟ ବୋଲି ତାଙ୍କ ପ୍ରଶଂସକମାନେ କହିଛନ୍ତି । ଏହା ମୁନାୱରଙ୍କ ଖୁସିକୁ ଦ୍ୱିଗୁଣତ କରି ଦେଇଥିବା ବେଳେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । । ଏହା ପୂର୍ବରୁ ମୁନାୱର କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ‘ Lockk Up ’ ର ପ୍ରଥମ ସିଜିନର ବିଜେତା ଘୋଷିତ ହୋଇଥିଲେ ।

ସେହିପରି ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ଅଭିଷେକ କୁମାର ଓ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି ଅଭିନେତ୍ରୀ ମନ୍ନାରା ଚୋପ୍ରା । ସେହିପରି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଚତୁର୍ଥ ସ୍ଥାନରେ ଓ ଅରୁଣ ପଞ୍ଚମ ସ୍ଥାନରେ ରହିଛନ୍ତି । ଶେଷ ମୁହୂର୍ତ୍ତରେ ଅଙ୍କିତା ଲୋଖାଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି ଓ ମୁନାୱର ଫାରୁକିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ମାତ୍ର ଶେଷରେ ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍ ଷ୍ଟାଣ୍ଡଅପ୍ କମେଡିଆନ୍ ମୁନାୱରଙ୍କୁ ବିଜୟୀ ଘୋଷଣା କରିଥିଲେ । ବିଗ୍ ବସ୍‌ରେ ମୁନାୱରଙ୍କ ପର୍ସନାଲ ଲାଇଫ ଓ ଲଭ୍ ଲାଇଫ୍‌କୁ ନେଇ ବହୁ ଚର୍ଚ୍ଚା ହୋଇଥିବା ବେଳେ ସେ ବହୁ ବିବାଦ ମଧ୍ୟରେ ବି ଫଶିଥିଲେ । ପିଲାଟି ଦିନରୁ ମୁନାୱରଙ୍କର ଅଭିନୟ ପ୍ରତି ରହିଥିଲା ଅହେତୁକ ଦୁର୍ବଳତା । ହେଲେ ଆର୍ଥୀକ ସ୍ଥିତି ଭଲ ନଥିବାରୁ ପଞ୍ଚମ ଶ୍ରେଣୀରୁ ପାଠ ପଢା ଛାଡିଦେଇଥିଲେ । ୧୪ ବର୍ଷ ବୟସରେ ମାକୁ ବି ହରାଇଥିଲେ ଅଭିନେତା । ଏହାପରେ ମୁମ୍ବାଇ ଯାଇ ନିଜର କ୍ୟାରିୟର ପାଇଁ ଅନେକ ସଂଘର୍ଷ କରିଥିଲେ । ଏହାପରେ ବଲିଉଡ଼ ରେ ହାସ୍ୟଅଭିନେତା ଭାବେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।

Advertisement

Leave a Reply

Your email address will not be published. Required fields are marked *