Pratidin TV

Odisha's Digital News Platform

ମହାନଦୀରେ ଯୁବତୀଙ୍କ ମୃତଦେହ ଭାସିବା ଘଟଣା ; ମିଳିଲା ପରିଚୟ …

କଟକ : ମହାନଦୀରେ ଅଜଣା ଯୁବତୀଙ୍କ ମୃତଦେହ ଭାସିବା ଘଟଣା । ମିଳିଲା ମୃତକଙ୍କ ପରିଚୟ । ଗତ ୨୦ ତାରିଖ ଦିନ ସନ୍ଧ୍ୟା ସମୟରେ ମୁଣ୍ଡଳୀ ବ୍ରିଜ ଉପରେ ଗାଡି ରଖି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ମୃତକ । ମୃତକ ହେଉଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଆଶିଷ ପରିଜା ଙ୍କ ଝିଅ ଐଶ୍ୱର୍ଯ୍ୟା ପରିଜା ।

ଗତ ଶନିବାର ମୁଣ୍ଡୁଳି ବ୍ରିଜ ଠାରୁ ୨କିମି ଦୂରରେ ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତନପୁର ଗାଁ ପାଖରେ ବହୁଥିବା ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଗାଁ ଲୋକ ତୁରନ୍ତ ପୋଲିସକୁ ଖବର ଦେବା ପରେ ଖୁଣ୍ଟୁଣୀ ଥାନା ପୋଲିସ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ସହ ପହଞ୍ଚି ମୃତଦେହକୁ ଜବତ କରିଥିଲା । କିନ୍ତୁ ମୃତଦେହ ଜଣେ ଯୁବତୀଙ୍କର ଛଡା ଆଉ କିଛି ପରିଚୟ ମିଳିପାରିନଥିଲା ।

ମୃତ ଯୁବତୀ ଜଣଙ୍କ ବ୍ଲାକ ପ୍ୟାଣ୍ଟ ଓ ବ୍ଲୁ ସାର୍ଟ ପିନ୍ଧିଥିଲେ । ଗଣମାଧ୍ୟମରେ ଖବର ପ୍ରସାର ପରେ ଯୁବତୀଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଏହାପରେ ପୋଲିସ ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *