Pratidin TV

Odisha's Digital News Platform

ପୋଲିସ ଆଖିରେ ଧୂଳି ଦେଇ ଥାନାରୁ ଖସିଗଲା ହତ୍ୟାକାରୀ…

1 min read

କୋରାପୁଟ : କୋରାପୁଟ ଟାଉନ ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର । ଅଭିଯୁକ୍ତକୁ ନିଜେ ଧରି ବର୍ଷେ ପରେ ପୋଲିସକୁ ଜିମା ଦେଇଥିଲେ ପରିବାର ଲୋକେ । ଜିମା ଦେବାର ଏକ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ ଫେରାର ହେଲା ଅଭିଯୁକ୍ତ। ଅଭିଯୁକ୍ତ ଜଣଙ୍କ ଜୟପୁର ହାନା ଗୁଡ଼ା ଅଞ୍ଚଳର ରାହୁଲ ବାଘ। ପୋଲିସ କୋରାପୁଟ ର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ୯ଡ଼ିସେମ୍ବର ୨୦୨୨ ରେ କୋରାପୁଟ ସହର ର ଅଭିଷେକ ମାଝୀ ନାମକ ଯୁବକ ନିଜ ସମ୍ପର୍କୀୟ ଭଉଣୀ ର ବିବାହ ପାଇଁ ସ୍ଥାନୀୟ ୪ ଜଣ ଯୁବକ ଙ୍କୁ ସହିତ ଜୟପୁର ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରି ନ ଥିଲେ ।

ଏନେଇ ୧୦ ଡ଼ିସେମ୍ବର ରେ କୋରାପୁଟ ସଦର ଥାନାରେ ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାର କରି ପୋଲିସ ବିଭିନ୍ନ ଜାଗାରେ ଖୋଜି ଥିଲେ। ୧୩ ତାରିଖ ଦିନ କୋରାପୁଟ ଜୟପୁର ମୁଖ୍ୟ ରାସ୍ତା ବିଲା ଘାଟି ଜଙ୍ଗଲ ରୁ ଶବ ମିଳିଥିଲା । ପୋଲିସ ତଦନ୍ତ କରି ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପରିବାର ଙ୍କୁ ଜଣାଇଥିଲେ । ସଠିକ ତଦନ୍ତ କରିବା ପାଇଁ ପରିବାର ଲୋକେ କୋରାପୁଟ ସୁନାବେଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Advertisement

ସୂଚନା ଅନୁଯାୟୀ ଆଜି ଜୟପୁର ହାନା ଗୁଡ଼ା ଅଞ୍ଚଳର ରାହୁଲ ବାଘ ନାମକ ଯୁବକ ଅଭିଷେକ କୁ ମାରିଥିବା ନେଇ ସମସ୍ତ କୁ କହିଥିଲା । ଏହା ପରେ ଅଭିଷେକ ଙ୍କୁ ପରିବାର ଲୋକେ ରାହୁଲ ବାଘ କୁ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ଜିମା ଦେବା ପରେ ପୋଲିସ ଅଭିଯୁକ୍ତ କୁ କୋରାପୁଟ ଟାଉନ ଥାନାରେ ରଖିଥିଲା । ସୁଯୋଗ ଦେଖି ଅଭିଯୁକ୍ତ ଥାନା ଛାତ ଡେଇଁ ଚମ୍ପଟ ମାରିଥିଲା । ପୋଲିସ ପଇସା ନେଇ ଅଭିଯୁକ୍ତ କୁ ଛାଡି ଦେଇଥିବା ଅଭିଯୋଗ ଆଣି ଅଭିଷେକ ମାଝୀ ଙ୍କ ପରିବାର ଲୋକେ ଥାନା ଘେରାଉ କରିବା ସହିତ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଅଡ଼ି ବସିଥିଲେ । ଅଭିଯୁକ୍ତ କୁ ଖୁବ ଶୀଘ୍ର ଧରାଯିବ ବୋଲି ଅତିରିକ୍ତ ବିମଳ କାନ୍ତ ବ୍ରହ୍ମା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *