Pratidin TV

Odisha's Digital News Platform

ହକି ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ: ଦେଖନ୍ତୁ କଣ କହୁଛନ୍ତି ମୃତକଙ୍କ ପିତା

1 min read

ଭୁବନେଶ୍ୱର: ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ଆସିଛି ହତ୍ୟା ଅଭିଯୋଗ । ତ୍ରିକୋଣୀୟ ପ୍ରେମ କାରଣରୁ ବୀରେନ୍ଦ୍ର ଏବଂ ତାଙ୍କ ବାନ୍ଧବୀ ଯୁବକଙ୍କୁ ହତ୍ୟା କରିବା ନେଇ ପିତା ଅଭିଯୋଗ ଆଣିଛନ୍ତି । ଅଲିମ୍ପିୟାନ ଜଣକ ଆଉ କେହି ନୁହେଁ ଭାରତୀୟ ହକି ଦଳର ତାରକା ବିରେନ୍ଦ୍ର ଲାକ୍ରା। ବିରେନ୍ଦ୍ର ଲାକ୍ରା ଙ୍କ ଉପରେ ସିଧାସଳଖ ହତ୍ୟା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଗତ ଫେବୃଆରୀ ମାସ ୨୮ ତାରିଖରେ ବିରେନ୍ଦ୍ର ରହୁଥିବା ଫ୍ଲାଟରେ ଉଦ୍ଧର ହୋଇଥିଲା ଯୁବକଙ୍କ ମୃତଦେହ। ଯୁବକ ଜଣକ ହେଉଛନ୍ତି ରାଉରକେଲା ସହରର ଆନନ୍ଦ ଲାକ୍ରା ସେ ବିରେନ୍ଦ୍ର ଲାକ୍ରା ଙ୍କର ଜଣେ ବନ୍ଧୁ। ତେବେ ସେ ବିରେନ୍ଦ୍ର ଲାକ୍ରା ଙ୍କ ଭୁବନେଶ୍ୱରରେ ଥିବା ଫ୍ଲାଟରେ ରହୁଥିଲେ।

ଗତ ବର୍ଷ ଜୁଲାଇରୁ ଆନନ୍ଦ ଭୁବନେଶ୍ୱର ଛାଡି ରାଉରକେଲା ଚାଲିଆସିଥିଲେ। ଏବଂ କିଛିମାସ ପରେ ଫେବ୍ରୁଆରୀରେ ଆନନ୍ଦ ଭୁବନେଶ୍ୱର ବୁଲିବାକୁ ଯାଇଥିଲେ ତେବେ ରାଉରକେଲା ଫେରିବା ଦିନ ସକାଳୁ ବିରେନ୍ଦ୍ରଙ୍କ ଘରୁ ଉଦ୍ଧର ହେଲା ଆନନ୍ଦଙ୍କ ମୃତଦେହ। ଏହି ଫ୍ଲାଟରେ ବିରେନ୍ଦ୍ର ଓ ତାଙ୍କ ବାନ୍ଧବୀ ରହୁଥିବା ସୂଚନା ଦେଇଛନ୍ତି ମୃତକଙ୍କ ପରିବାର।

ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ଆନନ୍ଦ ଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ତେବେ ମୃତଦେହ ଉଦ୍ଧାର କିଛିଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ ଏବଂ ସେ ଭୁବନେଶ୍ୱର ଯାଇଥିଲେ। ମୃତଦେହ ଉଦ୍ଧାର ପରେ ପୋଲିସ ଓ ବିରେନ୍ଦ୍ର ଲାକ୍ରା ଆନନ୍ଦ ଙ୍କ ପରିବାର କୁ ଖବର ଦେଇଥିଲେ। ତେବେ ଏହାପରେ ପୋଲିସ ମୃତ ଆନନ୍ଦ ଙ୍କ ପରିବାର ଲୋକେ ଇନଫୋସିଟି ଥାନା ସହ ପୋଲିସ କମିଶନର ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ କିନ୍ତୁ ଏଯାଏ ତଦନ୍ତ ସମ୍ପୂର୍ଣ୍ଣ ଶୂନ । ଅନ୍ୟ ପକ୍ଷରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କର FIR ମଧ୍ୟ ଗ୍ରହଣ କଲେ ନାହିଁ। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ବିରେନ୍ଦ୍ର ଲାକ୍ରା ଯେହେତୁ ଜଣେ ହକି ତାରକା ଓ DSP ଭାବରେ କାର୍ଯ୍ୟରତ ଅଛନ୍ତି ତେଣୁ ପୋଲିସ ଘଟଣାକୁ ଦବାଇବାକୁ ଚେଷ୍ଟା କରୁଚି। ବର୍ତ୍ତମାନ ଯାଏ ନ୍ୟାୟ ଆଶାରେ ରହୁଛନ୍ତି ପରିବାର ଲୋକେ।

Leave a Reply

Your email address will not be published. Required fields are marked *