Pratidin TV

Odisha's Digital News Platform

ପ୍ରେମ ପାଇଁ ବିଭତ୍ସ ହତ୍ୟାକାଣ୍ଡ , ପ୍ରେମିକ ନେଇଗଲା ପ୍ରେମିକା ସହ ସହପାଠୀର ଜୀବନ ..

ପ୍ରେମ ମଣିଷକୁ କିଛି ବି କରିବା ପାଇଁ ବାଧ୍ୟ କରିପାରେ । ମଣିଷର ଚିନ୍ତନ ଶକ୍ତିକୁ ମଧ୍ୟ ବେଶ ପ୍ରଭାବିତ କରିଥାଏ ପ୍ରେମ । ପ୍ରେମ ମଣିଷକୁ ଅମଣିଷ ମଧ୍ୟ ବନାଇପାରେ । ସୁନ୍ଦରଗଡ଼ ଜିଲ୍ଲା ରୁ ଆସିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । ଯେଉଁଠି ଜଣେ ପ୍ରେମିକ ରଚିଛି ବିଭତ୍ସ ହତ୍ୟାକାଣ୍ଡ , ଆଉ ନିଜ ହାତରେ ନେଇଯାଇଛି ପ୍ରେମିକା ସହିତ ପ୍ରେମିକା ର ସହପାଠୀର ମୃତ୍ୟ ହୋଇଛି । ଯେଉଁ ପ୍ରେମିକ ସହ ସାତ ଜନ୍ମ ପର୍ଯ୍ୟନ୍ତ ସାଥି ହୋଇରହିବାକୁ ସ୍ବପ୍ନ ଦେଖୁଥିଲା ପ୍ରେମିକା ହେଲେ ସେହି ପ୍ରେମିକ ଆଜି ତାକୁ ହିଁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇଦେଲା । ପ୍ରେମିକ ଡ୍ରାଇଭରର ଛୁରା ମାଡ଼ରେ ପ୍ରେମିକା ସହିତ ସହପାଠୀର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ । ମୃତ ଯୁବତୀ ଜଣକ କୁତ୍ରା ଥାନା ତୁନମୁରା ପଞ୍ଚାୟତ ର କାଶୀପଡା ଗ୍ରାମର ଲିପ୍ସା କେର୍କେଟା ଏବଂ ଅନ୍ୟଜଣେ ହେଉଛନ୍ତି ଲାଞ୍ଜିବେର୍ଣ୍ଣ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା ।

ମୃତ ଯୁବତୀର ମା ଙ୍କ କହିବା ମୁତବିକ ତାଙ୍କ ଘରର କାର ଚାଳକ ରାଜଗାଙ୍ଗପୁର ଜଅରୁମାଲର ଯୁବକ ରାଜୁ ନାଗ ଓ ତାଙ୍କ ଝିଅ ଲିପ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ପ୍ରେମିକ ରାଜୁ ଲିପ୍ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା।ଯେଉଁ କାରଣ ପାଇଁ ଏମବିଏ ପରୀକ୍ଷା ଦେଉଥିବ ଲିପ୍ସାଙ୍କ ପାଠପଢାରେ ବାଧା ଉପୁଜିଥିଲା। ଗତକାଲି ଅଭିଯୁକ୍ତ ରାଜୁ ସନ୍ଧ୍ୟା ରେ ଲିପ୍ସା ଙ୍କ ଘରଲୋକଙ୍କୁ ଫୋନ କରି ଆସୁଛି ବୋଲି କହିଥିଲା। ପ୍ରାୟ ରାତ୍ରୀ ପ୍ରାୟ ୧୦ ଟା ସମୟରେ ରାଜୁ ଲିପ୍ସାଙ୍କ ଘରେ ପହଞ୍ଚିଥିଲେ।ସେଠାରେ ପରିବାର ଲୋକଙ୍କୁ ଲିପ୍ସାକୁ ମୁଁ ନେବାକୁ ଆସିଛି ବୋଲି କହିଥିଲେ । ଏଥିରେ ଲିପ୍ସାଙ୍କ ମା ଏବଂ ବାପା ଏତେ ରାତ୍ରିରେ ଝିଅ କୁ ପଠାଇବା ପାଇଁ ମନା କରିଥିଲେ। ଯାହା କୁ ନେଇ ରାଜୁ ଉତକ୍ଷିପ୍ତ ହୋଇ ଝିଅ ସଙ୍ଗେ ଏକୁଟିଆ କଥା ହେବ କହି ତାଙ୍କ ରୁମ ରେ ପଶିଥିଲେ।ସେଠାରେ ରାଜୁ ଲିପ୍ସାଙ୍କ ବଚସା ହୋଇଥିଲା ଏହା ପରେ ରାଜୁ ଲିପ୍ସାଙ୍କୁ ପ୍ରଥମେ ହାତରେ ଏବଂ ପରେ ଧାରୁଆ ଛୁରୀ ଆକ୍ରମଣ କରିଥିଲେ।ଏହା ଦେଖି ଲିପ୍ସାଙ୍କ ବାପ ମା ବିରୋଧ କରିଥିଲେ ।

ରାଜୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଏକ କୋଠରୀରେ ବନ୍ଦ କରିଦେଇଥିଲେ।ଏହି ସମୟରେ ଲିପ୍ସାଙ୍କୁ ବଞ୍ଚାଇବା କୁ ଆସିଥିବା ତାଙ୍କ ସହପାଠୀ ପ୍ରତାପ ଲାକ୍ରା ରାଜୁଙ୍କ ଆକ୍ରମଣର ଶିକାର ହୋଇଥିଲେ।ତାଙ୍କୁ ରାଜୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ।ଘଟଣା ଘଟାଇବା ପରେ ଅଭିଯୁକ୍ତ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ସ୍ତାନୀୟ ଲୋକ ପହଞ୍ଚି ଉଭୟ ଲିପ୍ସା ଏବଂ ପ୍ରତାପକୁ କାର ଯୋଗେ କୁତ୍ରା ସିଏଚସି କୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଲିପ୍ସା ଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରତାପଙ୍କୁ ରାଉରକେଲା କୁ ସ୍ଥାନାନ୍ତର କରିବା ବେଳେ ରାସ୍ତା ରେ ତାଙ୍କ ମୃତ୍ୟୁ ଘଟିଛି ।କୁତ୍ରା ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଘଟଣା ନେଇ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *