Pratidin TV

Odisha's Digital News Platform

ଆଜି ପଞ୍ଚଭୂତରେ ଲୀନ ହେବେ ଓଲିଉଡ୍‌ର ଅଲରାଉଣ୍ଡର ‘ବାବୁ ଦା’ ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଦିଦାୟ …

ଭୁବନେଶ୍ୱର ; ଆଉ ଶୁଭିବନି ସ୍ୱରୂପଙ୍କ ସ୍ୱର । ସବୁଦିନ ପାଇଁ ନିରବିଗଲେ ଓଲିଉଡ୍‌ର ଦିବଙ୍ଗତ ସଂଗୀତଜ୍ଞ ସ୍ୱରୂପ ନାୟକ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କର ହେବ ଶେଷକୃତ୍ୟ । ଏନେଇ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ । ତାଙ୍କ ମରଶରୀରକୁ କଟକ ସ୍ଥିତ ବାସଭବନରେ ରଖାଯାଇଛି। ସେଠାରେ ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ସ୍ୱରୂପ ନାୟଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି କରିଛି । ୫୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ। ସେ ପ୍ରାୟ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ। ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ। ୧୯୮୪ ମସିହାର ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ‘ହୀରାନୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ସହର ଜଳୁଛି, ଲାଲ୍ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍ ୟୁ, ଶାଶୁ ଘର ଚାଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତର ଭଳି ଚଳଚ୍ଚିତ୍ରରେ ସ୍ୱରୂପ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ତେବେ ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମ ହୋଇଥିବା ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ। ଆଉ ପୁରା ଓଲିପାଇଁ ସେଥିଲେ ଯାଦୁଗର । ସମସ୍ତେ ତାଙ୍କୁ ଅତି ଶ୍ରଦ୍ଧାରେ ବାବୁ ଦା ବୋଲି ଡାକୁଥିଲେ ।

Leave a Reply

Your email address will not be published. Required fields are marked *