Pratidin TV

Odisha's Digital News Platform

ବାପାଙ୍କ ନାଁ ନୁହେଁ ମୋ ନିଜ ନାଁ ଦରକାର: ଆବେଦନ କଲେ ଏଲନ୍ ମସ୍କଙ୍କ ଝିଅ

1 min read

ନୂଆଦିଲ୍ଳୀ: ନିଜର ଏକ ଭିନ୍ନ ପରିଚୟ ପାଇଁ ଆବେଦନ କରିଛନ୍ତି ଏଲନ ମସ୍କଙ୍କ ଝିଅ । ବାପାଙ୍କ ନାମରେ ପରିଚିତ ନହୋଇ ନିଜର ନୂତନ ପରିଚୟ ଚାହୁଁଥିବା ନେଇ ସେ ଇଚ୍ଛା ପ୍ରକାଶ କରିଛନ୍ତି । ସେ ଆବେଦନ କରିଥିବା ତାଙ୍କର ନୂଆ ବାର୍ଥ ସାର୍ଟିଫିକେଟ ଓ ନୂଆ ନାମ ଏପ୍ରିଲ ମାସ ଶୁଦ୍ଧା ଦାଖଲ କରାଯବ ବୋଲି କିଛି ସୋସିଆଲ ମିଡିଆ ରିପୋର୍ଟରେ କୁହାଯାଇଛି । ମସ୍କଙ୍କ ଝିଅ ଯାହାଙ୍କ ପୂର୍ବ ନାମ ଥିଲା ଯାଭିଅର୍ ଆଲେକ୍ସଜାଣ୍ଡାର୍ ମସ୍କ ।

ଯାଭିଅରଙ୍କୁ ବର୍ତ୍ତମାନ ୧୮ ବର୍ଷ ହୋଇସାରିଥିବାରୁ କାଲିଫର୍ଣ୍ଣିଆ ଆଇନ ଅନୁସାରେ ସେ ନିଜର ପରିଚୟ ପରିବର୍ତ୍ତନ କରିପାରିବେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଲିଙ୍ଗ ପରିବର୍ତନ କରି ନୂତନ ମହିଳା ନାମରେ ରେଜିଷ୍ଟର କରାଯାଇ ଡକୁମେଣ୍ଟକୁ ପ୍ଲେନ୍‌ସାଇଟ ଅର୍ଗାନାଇଜେସନରେ ପ୍ରକାଶ କରାଯିବ । ୨୦୦୮ ମସିହାରେ ମସ୍କ ଓ ତାଙ୍କ ପତ୍ନୀଙ୍କ ବିବାହ ବିଚ୍ଛେଦ ହୋଇଥିଲା । ନିକଟରେ ୪୪ ବିଲିୟନ୍ ଡଲାର ବ୍ୟୟରେ ଟ୍ୱିଟ୍ଟର କ୍ରୟ କରିଥିଲେ ବିଶ୍ୱର ଧନୀ ବ୍ୟକ୍ତି ଏଲନ୍ ମସ୍କ ।

Advertisement

Leave a Reply

Your email address will not be published. Required fields are marked *