ହିନ୍ଦୁ-ମୁସଲମାନ ଭାଇଚାରାର ଅନନ୍ୟ ଉଦାହରଣ , ବିଶ୍ୱନାଥ ମନ୍ଦିରରେ ଦର୍ଶନ କଲେ ମୁସଲିମ୍ ଭକ୍ତ ..
1 min readଧର୍ମ ନାମରେ ଲଢୁଥିବା ଲୋକଙ୍କର ଅଭାବ ନଥିବାବେଳେ ଧାର୍ମିକ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଏ ସମାଜରେ କମ୍ ନୁହଁ । ଅନେକ ସ୍ଥାନରେ ଧର୍ମର ବାଦବିବାଦରୁ ଦୂରେଇ ରହି ନିଜ ନିଜ ମଧ୍ୟରେ ଭାଇଚାରାର ସମ୍ପର୍କ ରଖିଥିବା ନେଇ ଅନେକ ନଜିର ରହିଛି । ଏପରି ଏକ ଅତି ସୁନ୍ଦର ଉଦାହରଣ ସାମ୍ନାକୁ ଆସିଛି । ମୁଣ୍ଡରେ ଟୋପି କପାଳରେ ଚନ୍ଦନ ଲଗାଇ ଶହ ଶହ ମୁସଲମାନ ମହିଳା ଓ ପୁରୁଷ ମାନେ କରିଛନ୍ତି ବିଶ୍ୱନାଥ ମନ୍ଦିରର ଦର୍ଶନ ।
କେବଳ ଦର୍ଶନ କରିନାହାନ୍ତି ବାବା ଭୋଲାନାଥଙ୍କ ପାଖରେ ଜଳାଭିଷେକ କରି ମୁସଲମାନ ସମ୍ପ୍ରଦାୟ ଏକ ବଡ ବାର୍ତ୍ତା ଦେଇଛନ୍ତି । ତେବେ ଦର୍ଶନ ପାଇଁ ଆସିଥିବା ମୁସଲମାନ ଭକ୍ତ ମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ହିନ୍ଦୁ ମାନେ । ମୁସଲିମ ରାଷ୍ଟ୍ରୀୟ ମଞ୍ଚର ସଦସ୍ୟ ମାନେ ଗୁରୁବାର ଅପରାହ୍ନ ୫ଟା ସମୟରେ ବିଶ୍ୱନାଥ ମନ୍ଦିର ଫାଟକ ନଂ ୪ରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ସ୍ୱାଗତ କରି ନିଆଯାଇଥିଲା । ସେମାନେ ପ୍ରଥମେ ବିଶ୍ୱନାଥ ମନ୍ଦିରର ପବିତ୍ର ଶିବଲିଙ୍ଗରେ ଜଳାଭିଷେକ କରିଥିଲେ । ଏହାପରେ ମୁସଲିମ ସଦସ୍ୟ ମାନେ ଜ୍ଞାନବାପି ତୋଷଖାନାକୁ ଯାଇ ବୁଲି ଦେଖିଥିଲେ ।
ଗଣମାଧ୍ୟମରେ ମୁସଲିମ ରାଷ୍ଟ୍ରୀୟ ମଂଚର ମୁଖ୍ୟ ରାଜା କହିଛନ୍ତି ଯେ ବାବାଙ୍କ ଦର୍ଶନ ବା ଆମର ପୂର୍ବଜଙ୍କ ଦର୍ଶନ ନିମେନ୍ତ ଏଠାକୁ ଆସିଛୁ । ମୁସଲମାନ ଭବିଷ୍ୟବକ୍ତା ୨୪ରୁ ୨୬ଜଣ ନାବି ଅଛନ୍ତି । ଯାହାଙ୍କ ବିଷୟରେ କୁରାନରେ ଉଲ୍ଲେଖ କରାଯାଇଛି । ୧୨୪ ହଜାର ନବୀ ଏହି ଦୁନିଆକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ରାମ, ଜଣେ ଶିବ ଏବଂ କୃଷ୍ଣ ଅଟନ୍ତି । ସୂଚନା ଅନୁସାରେ ରାଷ୍ଟ୍ରୀୟ ମୁସଲିମ ମଞ୍ଚ କ୍ରମାଗତ ଭାବରେ ଜ୍ଞାନବାପିରେ ଏକ ମନ୍ଦିର ଥିବା ବିଷୟରେ ଆଲୋଚନା କରିଆସିଛି । ଏହି ମଞ୍ଚର ସଦସ୍ୟ ମାନେ ମୁସଲିମ ମୌଲାନାଙ୍କ ସହ ଜ୍ଞାନବାପିରେ ଥିବା ମନ୍ଦିରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଅନେକ ଥର କଥା ହୋଇଛି ।