Pratidin TV

Odisha's Digital News Platform

ଯୁବତୀଙ୍କୁ ହିନ୍ଦୁ କହି ମନ୍ଦିରରେ ବାହା ହୋଇଗଲେ ମୁସଲିମ୍ ଯୁବକ, ସତ ଜାଣିବା ପରେ ଗୋ-ମାଂସ ଖାଇବାକୁ ବାଧ୍ୟ କଲେ ।

1 min read

ଯାଜପୁର ; ପୁଣି ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଅଣ ସାମ୍ପ୍ରଦାୟିକ ପ୍ରେମ ବିବାହ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାଜପୁର ରୋଡ଼ ଅଞ୍ଚଳରେ ମୁର୍ଷିଦାବାଦ ଅଞ୍ଚଳର ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଯାହାର ନାମ ଶୋଲେମାନ ସେକ ନିଜର ନାମ ବଦଳାଇ ବିଟୁ ବିଶ୍ୱାସ କରି ଭଦ୍ରକ ଅଞ୍ଚଳର ଜଣେ ହିନ୍ଦୁ ଧର୍ମର ଝିଅ ଯାହାର ନାମ ରୋଜି ନାୟକ ପ୍ରେମ ଜାଲରେ ଫସାଇ ଭଦ୍ରକର ଭାରତ ମାତା ମନ୍ଦିରରେ ବିବାହ କରିଥିଲେ ।

କିଛିଦିନ ଯାଜପୁର ରୋଡ଼ ଅଞ୍ଚଳରେ ଉକ୍ତ ଝିଅକୁ ରଖିବା ପରେ ନିଜ ଗାଁକୁ ବୁଲାଇ ନେବାକୁ କହି ନେଇ ଯାଇଥିଲା । ମୁର୍ଷିଦାବାଦରେ ପହଞ୍ଚିବା ପରେ ଝିଅଟି ଜାଣିବାକୁ ପାଇଥିଲା ଯେ ସେ ହିନ୍ଦୁ ନୁହେଁ ସେ ଜଣେ ମୁସଲମାନ । ଏ ଘଟଣା ଜାଣିବା ପରେ ନିଜ ଗାଁ କୁ ଫେରିବା ପାଇଁ କହିବା ପରେ ପୁଅ ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । କିଛି ଦିନ ପରେ ମଧ୍ୟ ଝିଅର ନାମ ବଦଳାଇ ଏକ ନୂଆ ଆଧାର କାର୍ଡ କରିଥିଲା । ଯେଉଁଥିରେ ତାର ନାମ ରଖିଲା ରୋଜିନା ଖାତୁନ ।

Advertisement

ଏଭଳି କିଛି ଦିନ ପରେ ସେ ଝିଅକୁ ଗୋ ମାଂସ ଖାଇବା ପାଇଁ ବାଧ୍ୟ କରିଥିଲେ ଏବଂ ନଖାଇବାରୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ରୋଜି କିଛି ଦିନ ପରେ କୌଶଳ କ୍ରମେ ମୁର୍ଷିଦାବାଦରୁ ଖସି ଆସି ଭଦ୍ରକ ସ୍ଥିତ ନିଜ ମାମୁଁ ଘରେ ରହିଥିଲା । ଆଜି ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁରା ଘଟଣା ସାମନାକୁ ଆସିଛି ।

Leave a Reply

Your email address will not be published. Required fields are marked *