ତିନି ତଲାକ ଚାପରେ ଶାହନା ରୁ ଶାରଦା ହୋଇ ହିନ୍ଦୁ ଯୁବକଙ୍କୁ ବିବାହ କଲେ ..
1 min readତିନି ତଲାକ ପାଇଁ ବାରମ୍ବାର ଶାହାନା ହୋଇଗଲେ ଶାରଦା । ହିନ୍ଦୁ ପୁଅକୁ ବିବାହ କରି ଆପଣେଇଲେ ହିନ୍ଦୁ ଧର୍ମ । ବାରମ୍ବାର ତିନି ତଲାକ ପାଇଁ ହଇରାଣ ହେଉଥିଲେ ମହିଳା ଷ ଶେଷରେ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଲେ । ବସନ୍ତ ପଞ୍ଚମୀରେ ଇସଲାମ ଛାଡି ସନାତନ ଧର୍ମ ଗ୍ରହଣ କଲେ । ନିକାହ ହଲାଲା ଏବଂ ତିନ୍ ତଲାକ ତା ମଝିରେ ଫସିଯାଇଥିଲେ ସୁହାନାଙ୍କ ଜୀବନ । ଶେଷରେ ନେଇଥିଲେ ଏପରି ନିଷ୍ପତ୍ତି । ୟୁପିର ବୁଲନ୍ଦଶାହର ବାସିନ୍ଦା ହେଉଛନ୍ତି ଶାହାନା । ନିକଟରେ ସେ ବରେଲିର ନିବାସୀ ଓମପ୍ରକାଶଙ୍କୁ ବିବାହ କରି ସନାତନ ଧର୍ମକୁ ଆପଣାଇଛନ୍ତି । ଶାହାନା କହିଛନ୍ତି ଯେ, ତାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ ତିନ୍ ତଲାକ ପାଇବା ପରେ ମଧ୍ୟ ତାଙ୍କୁ ନିକାହ ହଲାଲା ପାଇଁ ନିରନ୍ତର ହାଇରାଣ କରାଯାଉଥିଲା । ଯାହା ଫଳରେ ସେ ମାନସିକ ଚାପରେ ରହୁଥିଲେ ।
ଠିକ୍ ସେହି ସମୟରେ ସେ ଓମ୍ ପ୍ରକାଶଙ୍କୁ ଭେଟି ଥିଲେ । ଧୀରେ ଧୀରେ ତାଙ୍କ ଭିତରେ ବନ୍ଧୁତା ହୋଇଥିଲା ଆଉ ପରେ ସେହି ବନ୍ଧୁତା ପ୍ରେମରେ ପ୍ରରିଣତ ହୋଇଥିଲା । ସେହି ପ୍ରେମକୁ ଶାକାର କରିବା ପାଇଁ ଦୁହେଁ ଏବେ ସାତ ଜନ୍ମର ସାଥୀ ହୋଇଛନ୍ତି । ଗତକାଲି ପ୍ରେମ ଦିବସ ବସନ୍ତ ପଞ୍ଚମୀ ଅବସରରେ ଶାହାନା ଓମପ୍ରକାଶଙ୍କୁ ବିବାହ କରି ସନାତନ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସେ ଶାହାନାରୁ ନାମ ପରିବର୍ତ୍ତନ କରି ଶାରଦା ନାମ ରଖିଛନ୍ତି । ସେ କହିଛନ୍ତି, ମୁଁ ମୋ ଧର୍ମ ଏବଂ ନାମ ପରିବର୍ତ୍ତନ କରିଛି । ତିନ୍ ତଲାକ ଏବଂ ହାଲାଲା ପାଇଁ ବାରମ୍ବାର ନିର୍ଯାତିତ ଏବଂ ହଇରାଣ ହୋଇ ଏପରି ପଦକ୍ଷେପ ନେଇଥିବା ସେ କହିଛନ୍ତି ।