Pratidin TV

Odisha's Digital News Platform

ମୁସଲିମ୍ ମହିଳାଙ୍କ କୃଷ୍ଣ ପ୍ରେମ , ସହିପାରିଲେନି ସ୍ୱାମୀ ଦେଲେ ତଲାକ୍ …

ଉତ୍ତରପ୍ରଦେଶ : ମୀରା , ରାଧା ,ରୁକ୍ମଣୀ ଙ୍କ କଥାତ ଆମେ ସମସ୍ତେ ପୁରାଣରେ ଶୁଣିଥିବା । କିଏ କୃଷ୍ଣଙ୍କ ପ୍ରେମରେ ଜୀବନ ସାରା ତପସ୍ୱା କଲା ତ ପୁଣି କିଏ କୃଷ୍ଣ ଭକ୍ତିରେ ନିଜର ସବୁକିଛି ଭୁଲି ତାଙ୍କ ସରଣରେ ସମର୍ପିତ ହୋଇଗଲା । ଜୁଗ ଜୁଗରୁ କୃଷ୍ଣ ଭକ୍ତମାନଙ୍କର ନିଆରା ଭକ୍ତି ଭାବ ଶୁଣିଆସିଛି ଦୁନିଆ । ପୁଣି କଳିଯୁଗରେ କୃଷ୍ଣଙ୍କ କାଳିଆ ଅବତାରରେ ମଧ୍ୟ କମିନାହିଁ ଭକ୍ତଙ୍କ ଭାବ । କାହିଁ କେଉଁ ଦୂର ଦୂରାନ୍ତରୁ ସାତ ସମୁଦ୍ର ପାର ହୋଇ ପୁରୀ ଚାଲିଆସୁଛନ୍ତି ଭକ୍ତଗଣ । ଆଉ ନିଜର ସବୁକିଛି ଛାଡିଦେଇ ସେଇ କଳାଶ୍ରୀମୁଖ ଆଗରେ ସମର୍ପିତ ହେଇଯାଉଛନ୍ତି । ନିକଟରେ ମଧ୍ୟ କିଛି ଏଭଳି ଘଟଣା ଘଟିଛି ଯାହା ଆପଣଙ୍କୁ କୃଷ୍ଣ ଭକ୍ତଙ୍କର ଦୃଢ ସର୍ମପଣ ଓ ଭକ୍ତିଭାବର ପରିଚୟ ଦେବ । ଭକ୍ତି ଓ ପ୍ରେମ ଆଗରେ ସବୁକିଛି ଫିକା ବୋଲି ପ୍ରମାଣ କରିଛନ୍ତି ଶହନାଜ୍ । ଶେଷରେ ଭକ୍ତି ଆଗରେ ହାର ମାନିଯାଇଛି ଧର୍ମ ।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଭକ୍ତିର କିଛି ଏଭଳି କଥା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ତାଜୁବ୍ କରିଦେବ । ବରେଲି ଜିଲ୍ଲାର ଶହନାଜ୍ ନାମକ ଜଣେ ଯୁବତୀଙ୍କ କୃଷ୍ଣ ଭକ୍ତି ସବୁଠୁ ନିଆରା ।ତେବେ ଶହନାଜ ଜଣେ ଇସଲାମଗ ଧର୍ମର ମହିଳା ବା ଜଣେ ମୁସଲିମ୍ । କିନ୍ତୁ ପିଲା ଦିନରୁ ହିଁ ସେ ନିଜ ସାଙ୍ଗ ମାନଙ୍କ ଠାରୁ କୃଷ୍ଣଙ୍କ କଥା ଶୁଣି ତାଙ୍କ ପ୍ରେମରେ ପଡିଯାଇଥିଲେ । ଏବଂ ସେବେଠାରୁ ହିଁ ସେ ନିଜ ଘରେ କୃଷ୍ଣଙ୍କୁ ପୂଜା କରିଆସୁଥିଲେ । ଏନେଇ ଅନେକଥର ନିଜ ଘରୁ ମାଡଗାଳିବି ସେ ଖାଇଛନ୍ତି । କିନ୍ତୁ ସେ କୃଷ୍ଣ ପୂଜା କରିବା ବନ୍ଦ କରିନଥିଲେ । ପରେ ତାଙ୍କ ଧର୍ମର ଜଣେ ଯୁବକଙ୍କ ସହ ତାଙ୍କ ବିବାହ କରିଦିଆଯାଇଥିଲା । କିନ୍ତୁ ବିବାହ ପରେବି ସେ କୃଷ୍ଣ ପୂଜା କରୁଥିବାର ଦେଖି ଶାଶୁଘର ଲୋକେ କେବଳ ବିରୋଧ କରିନଥିଲେ ବରଂ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ । ଏହାପରେବି ସେ କୃଷ୍ଣଭକ୍ତି ଛାଡିନଥିଲେ ଶେଷରେ ଶହନାଜ୍‌ଙ୍କ ସ୍ୱାମୀ ତାଙ୍କୁ ତଲାକ ଦେଇଦେଇଥିଲେ ।

ଶାଶୁଘର ଛାଡିବା ପରେ ପିଲାଦିନର ଜଣେ ହିନ୍ଦୁ ସାଙ୍ଗ ପୱନ କୁମାରଙ୍କ କଥା ମନେପଡିଥିଲା । ଫୋନ କରି ଭେଟ ହୋଇଥିଲେ ଏବଂ ନିଜର ସବୁ ଦୁଃଖ ବଖାଣିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଯାହା କ୍ରମେ ପ୍ରେମରେ ପରିଣତ ହୋଇଥିଲା । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇ ବରେଲି ସ୍ଥିତ ଅଗସ୍ତି ମୁନି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ପ୍ରଥମେ ମଠ ମହନ୍ତ ଶେହନାଜଙ୍କୁ ସନାତନ ଧର୍ମ ଅନୁସାରେ ଶୁଦ୍ଧିକରଣ କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । ଏହାସହ ଶେହନାଜଙ୍କ ନାଁ ବଦଳି ଆରୋହୀ ହୋଇଥିଲା ।

Leave a Reply

Your email address will not be published. Required fields are marked *