ସପ୍ତାହରେ କେଶକୁ କରିବ ଲମ୍ବା , ସୋରିଷ ତେଲରେ ମିଶାଇ ଲଗାନ୍ତୁ ଏହି ଜିନିଷ …
1 min readକେଶ ସମସ୍ୟାକୁ ନେଇ ଆଜି କାଲି ସବୁ ଚିନ୍ତିତ । କାହାର କେଶ ଝଡୁଛିତ କାହାର କେଶ ବଢୁନି ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଯୁବ ପିଢୀ । ତେବେ ଆମେ ମାନେ ଦାମିକିଆ ଜିନିଷ ଦେଖି ବ୍ୟବହାର କରିଥାଉ । କାହିଁକି ନା ଆମ ସମସ୍ତଙ୍କ ମନରେ ଥାଏ ଯେ ଦାମୀ ଜିନିଷ ଆମ ପାଇଁ କୁବ୍ ଭଲ ହୋଇଥାଏ ।କିନ୍ତୁ ଆଜିକାଲି ମାର୍କେଟରେ ଦାମୀ ପ୍ରଡକ୍ଟର କମ୍ପିଟେସମନ୍ ଲାଗିଛି । ଆଉ ତାରି ଭୀତରେ ଜଣେ ମହିଳାଙ୍କ ସିକ୍ରେଟ୍ ହେୟାର ଟିପ୍ସ ଭାଇରାଲ ହୋଇଛି ।
ଲମ୍ବା, ମୋଟା ଏବଂ ଶକ୍ତିଶାଳୀ କେଶ ସମସ୍ତଙ୍କ ସ୍ୱପ୍ନ । କେଶର ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ସେମାନଙ୍କ ପୁଷ୍ଟିକର ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ବଜାରରେ ଅନେକ ପ୍ରକାରର ଉତ୍ପାଦ ଉପଲବ୍ଧ ଯାହାକି କେଶର ଲମ୍ବ ବୃଦ୍ଧି କରିବାକୁ ଦାବି କରେ, କିନ୍ତୁ ସେଗୁଡିକର ଅତ୍ୟଧିକ ବ୍ୟବହାର କେଶର ପ୍ରାକୃତିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ଜ୍ଝ ତେଣୁ, ଯଦି ଆପଣ ମଧ୍ୟ କେଶକୁ ଲମ୍ବା, ମୋଟା ଏବଂ ସୁସ୍ଥ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ପ୍ରାକୃତିକ ଜିନିଷ ମିଶ୍ରଣ କରି ସୋରିଷ ତେଲ ବ୍ୟବହାର କରିପାରିବେ । ସୋରିଷ ତେଲ ସହିତ କେଉଁ ଜିନିଷ ମିଶ୍ରିତ ହୋଇ କେଶରେ ପ୍ରୟୋଗ କରାଯାଏ ତାହା ଏଠାରେ ଜାଣନ୍ତୁ କେଶର ବୃଦ୍ଧିକୁ ତ୍ୱରାନ୍ୱିତ କରେ।
କେଶ ବୃଦ୍ଧି ପାଇଁ ସୋରିଷ ତେଲର ଉପକାର । ସୋରିଷ ତେଲ କେଶ ପାଇଁ ଏକ ଉତ୍କୃଷ୍ଟ ଔଷଧ ଭାବରେ ବିବେଚନା କରାଯାଏ। ଏଥିରେ ଭିଟାମିନ୍ ଏ, ଇ ଏବଂ କେ ମିଳିଥାଏ ଯାହା କେଶ ବୃଦ୍ଧିରେ ସହାୟକ ହୋଇଥାଏ । ଏହା ସହିତ, ଏଥିରେ ଲୌହ, ମ୍ୟାଗ୍ନେସିୟମ୍ ଏବଂ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ ଯାହା ତ୍ୱଚାକୁ ପୁଷ୍ଟିକର କରିବାରେ ଏବଂ ମୂଳରୁ କେଶକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
ସୋରିଷ ତେଲରେ ମେଥି ପକାଇ ଲଗାନ୍ତୁ ।
ମେଥିରେ ପ୍ରୋଟିନ୍ ଏବଂ ନିକୋଟିନ୍ ନାମକ ଏସିଡ୍ ମିଳିଥାଏ । ଯାହା କେଶକୁ ବଢାଇବାରେ ସାହାର୍ଯ୍ୟକରେ ।
କିଛି ମେଥିଦାନାକୁ ପାଣିରେ ଭିଜେଇ ରଖିବା ସକାଳୁ ତାକୁ ପେଷ୍ଟ ବନାଇ ସୋରିଷ ତେଲରେ ଗୋଳାଇ କେଶ ମୂଳରେ ଲଗାଇ ୩୦ ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦେବା । ଏହାପରେ ତାକୁ ସାମ୍ପରେ ଧୋଇଦେବା ।
ଆଲୋବେରା ସୋରିଷ ତେଲର ମିଶ୍ରଣ-
ଆଲୋବେରା କେଶ ମୂଳ ତ୍ୱଜାକୁ ମଶ୍ଚରାଇଜ୍ କରିଥାଏ । ଯାହାଦ୍ୱାରା କେଶ ଝଡିବା କମିଥାଏ । ତେବେ କେଶ ମୂଳରେ ସୋରିଷ ତେଳ ଏବଂ ଆଲୋବେରା ୨ ଚାମଚ ମିଶାଇ ଲଗାନ୍ତୁ । ତା ପରେ ମୁଣ୍ଡକୁ ହାଲକା ମସାଜ୍ କରନ୍ତୁ । ଏବଂ ଏହାର କିଛି ସମୟ ପରେ ଧୋଇ ଦିଅନ୍ତୁ ।
ସୋରିଷ ତେଲ ପିଆଜ ରଶର ମିଶ୍ରଣ –
ପିଆଜ ରସରେ ସଲଫର ଥାଏ । ଯାହା କୋଲେଜନକୁ ବଢାଇଥାଏ । ଏବଂ କେଶକୁ ଲମ୍ବା ବନାଇଥାଏ । ତେବେ ସୋରିଷ ତେଲ ସହ ୨ ରୁ ୩ ଚାମଚ ପିଆଜ ରସ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହାକୁ ୩୦ ମିିନିଟ୍ ପରେ ଧେ।ଇଦିଅନ୍ତୁ ।
ଭୂଷଙ୍ଗ ପତ୍ର ସୋରିଷ ତେଳ-
ଭୂଷଙ୍ଗ ପତ୍ରରେ ଏଣ୍ଟିଅକକ୍ସିଡେଣ୍ଟ ଥାଏ । ଯାହାର କେଶକୁ ଲମ୍ବା କରିବାରେ ଖୁବ୍ ସାହାର୍ଯ୍ୟ କରେ । ଭୁଷଙ୍ଗ ପତ୍ରକୁ ସୋରିଷ ତେଲରେ ପକାଇ ହାଲକା ଗରମ କରନ୍ତୁ । ଏହା ଥଣ୍ଡା ହେବାପରେ କେଶ ମୂଳରେ ମାଲିସ କରନ୍ତୁ । ଯାହା କେଶ ଝଡିବା ସମସ୍ୟାକୁ ଦୂର କରିବା ସହ କେଶର ଲମ୍ବକୁ ବଢାଇବ ।
ସୋରିଷ -ନଡିଆ ତେଳର ମିଶ୍ରଣ-
ନଡିଆ ତେଲ ଏବଂ ସୋରିଷ ତେଲ ମିଶାଇ ଲଗାଇବା ଯୋଗୁ କେଶକୁ ଭଲ ପୋଷଣ ମିଳିଥାଏ ।ଏହି ମିଶ୍ରଣ କେଶକୁ ଲମ୍ବା ,ମୋଟା କରିବା ସହ କେଶ ଝଡିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ।