ମୋ ବୟଫ୍ରେଣ୍ଡ ଜଣେ Sex ଆଡିକ୍ଟ: ପ୍ରେମରେ ଧୋକା ପରେ ଥାନାର ଦ୍ୱାରସ୍ଥ ଯୁବତୀ, ଦେଖନ୍ତୁ Video
1 min readଭୁବନେଶ୍ୱର: ରାଜ୍ୟରେ ପ୍ରେମ ଓ ପ୍ରତାରଣା ବର୍ତ୍ତମାନ ଏକ ସାଧାରଣ ଜିନିଷ ପାଲଟି ଗଲାଣି । ଏମିତି ଏକ ଘଟଣା ଆସିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରୁ । ପ୍ରେମରେ ପ୍ରତାରଣାର ଶିକାର ହେବା ପରେ ଥାନାରେ ଅଭିଯୋଗ କରିବା ପରେ ମହିଳା ଜଣଙ୍କ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଉଭୟଙ୍କ ପରିବାର ଲୋକ ସମ୍ପର୍କ ବିଷୟରେ ଜାଣିଥିଲେ ଏବଂ କିଛି ଦିନ ପରେ ଉଭୟ ବିବାହ ମଧ୍ୟ କରିଥାନ୍ତେ । ତେବେ ଏହା ପୂର୍ବରୁ ଏକାଧିକ ଯୁବତୀଙ୍କ ସହିତ ଉକ୍ତ ଯୁବକ ସମ୍ପର୍କ ରଖୁଥିବା ନେଇ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ।
ଏହାକୁ ନେଇ ଯୁବକ ଜଚ୍ଚଙ୍କ ତାଙ୍କୁ ରାସ୍ତା ମଝିରେ ମାଡ ମାରିବା ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ପକ୍ଷରୁ କୌଣସି ସହଯୋଗ କରାଯାଇନଥିଲା ବୋଲି ଯୁବତୀ ଜଚ୍ଚଙ୍କ କହିଛନ୍ତି । ମୋ ବୟଫ୍ରେଣ୍ଡ ନିଶା ନିବାରଣ କେନ୍ଦ୍ର ଚଳାଉଥିଲେ ହେଁ ସେ ଜଣେ ଡ୍ରଗ୍ ଆଡିକ୍ଟ । କେବଳ ଡ୍ରଗ୍ ଆଡିକ୍ଟ ନୁହନ୍ତି ବରଂ ସେ ଜଣେ ସେକ୍ସ ଆଡିକ୍ଟ ମଧ୍ୟ । କେବଳ ଶାରୀରିକ ସମ୍ପର୍କ ପାଇଁ ସେ ପ୍ରେମର ଛଳନା କରୁଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି ।