ଟ୍ରାକ୍ରେ ଥିଲା ମୋ ବସ୍ , ମାଡିଆସିଲା ଟ୍ରେନ୍
1 min readସମ୍ବଲପୁର ; ସମ୍ବଲପୁର ସହରର ଦୁର୍ଗାପାଲି ଠାରେ ଥିବା ବ୍ୟସ୍ତ ବହୁଳ ରେଳଫାଟକ ଠାରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଏକ ବଡ଼ ଦୁର୍ଘଟଣା ହେବାରୁ ବର୍ତ୍ତିଯାଇଛି । ରେଳ ଫାଟକ ଠାରେ ସାଧାରଣ ଭାବରେ ଟ୍ରେନ ଯିବା ସମୟରେ ରେଳ ଫାଟକ ଦୁଇ ପଟରୁ ବନ୍ଦ ରହିବା ନିୟମ ଥିବା ବେଳେ ସୋମବାର ସଂଧ୍ୟା ସମୟରେ ସମ୍ବଲପୁର ଦୁର୍ଗାପାଲି ରେଳ ଫାଟକ ରେ ୨ ଗୋଟି ଟ୍ରେନ ଏକା ସାଙ୍ଗରେ ରେଳ ଫାଟକ ଅତିକ୍ରମ କରିବାକୁ ଆସୁଥିବା ବେଳେ ରେଳ ଫାଟକ ଗେଟ ବନ୍ଦ ନକରାଯାଇ ରେଳ ଫାଟକ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ବିଗତ ଦିନ ମାନଙ୍କରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ବହୁ ଧନ ଜୀବନ କ୍ଷୟକ୍ଷତି ହୋଇଥିଲା ।
ତେବେ ଆଜି ସମ୍ବଲପୁର ଦୁର୍ଗାପାଲି ରେଳ ଫାଟକରେ ଟ୍ରେନ ଗୁଡିକୁ ସଠିକ ସିଗ୍ନାଲ ନ ମିଳିବା ଫଳରେ ଫାଟକ ର ଉଭୟ ପାର୍ଶ୍ଵରେ ଗେଟ ବନ୍ଦ ନହୋଇ ଟ୍ରେନ ଆସୁଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ରେଳ ଧାରଣ ଉପରେ ଏକ ବସ ରହିଯାଇଥିବା ବେଳେ ଟ୍ରେନ ଆସୁଥିବା ଦେଖି ଯାତ୍ରୀମାନେ ଭୟରେ ବସରୁ ଓଲ୍ହାଇ ପଡ଼ିଥିଲେ । ତେବେ ଏହି ଦୃଶ୍ୟ ଦେଖି ସେଠାରେ କାର୍ଯ୍ୟରତ ରେଳ ଫାଟକ କର୍ମଚାରୀ ରେଳ ଧାରଣା ଉପରକୁ ଯାଇ ଲାଳ ଝଣ୍ଡା ଦେଖାଇବା ପରେ ଟ୍ରେନ ଗୁଡିକ ଅଟକିଥିବା ସୂଚନା ମିଳିଛି ।
ଏଥିଯୋଗୁଁ ବଡ଼ ଦୁର୍ଘଟଣା ରୁ ଲୋକେ ବଞ୍ଚିଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା । ତେବେ କଣ ପାଇଁ ଟ୍ରେନ ଗୁଡିକ ଯିବା ସମୟରେ ରେଳ ଫାଟକର ଉଭୟ ପଟରୁ ଗେଟ ବନ୍ଦ ହୋଇ ପାରିଲା ନାହଁ ସେନେଇ ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ଏହି ଘଟଣାରେ ସିଗ୍ନାଲ ଜନିତ ତୃଟି ନା ରେଳ ଫାଟକ ବନ୍ଦ ନକରାଯିବା ପାଇଁ ଅନ୍ୟ କିଛି କାରଣ ରହିଛି ସେନେଇ ରେଳୱେ ପକ୍ଷରୁ କୌଣସି ସ୍ୱଷ୍ଟିକରଣ ଦିଆଯାଇନାହିଁ ।