Pratidin TV

Odisha's Digital News Platform

ମୋ ପୁଅ ମରି ଯାଇଛି ! ‘ୱୋକ ମାଇଣ୍ଡ ଭାଇରସ୍’ ତାକୁ ମାରିଦେଇଛି : ଏମିତି କହିଲେ ଏଲନ ମସ୍କ…..

1 min read

ଶିଶୁଙ୍କ ଲିଙ୍ଗ ପରିବର୍ତ୍ତନର ପକ୍ରିୟାକୁ ବିରୋଧ କଲେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ | ଏହା ପଛରେ ଅଛି ମଧ୍ୟ କାରଣ | କାନାଡ଼ାର ସାଇକୋଲୋଜିଷ୍ଟ ଡ଼ ଜାର୍ଡ଼ନ ପୀଟରସନଙ୍କ ସହ ଏକ ସାକ୍ଷାତକାରରେ କଥାବାର୍ତ୍ତା ସମୟରେ, ତାଙ୍କ ପୁଅ ବିଷୟରେ କହିଛନ୍ତି |

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଏଲନ ମସ୍କ କହିଛନ୍ତି ଯେ ୱୋକ ଭାଇରସ୍ କାରଣରୁ ତାଙ୍କ ପୁଅ ଜାଭିୟରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଦିଆଯାଇଥିବା ଔଷଧ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ, ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ମସ୍କ ପ୍ରକାଶ କରିଛନ୍ତି | ଜାଭିୟର( Xavier) ନିଜର ଜେଣ୍ଡର ବଦଳାଇବା ପରେ ନିଜର ନାଁ ବଦଳାଇ Vivian Jenna Wilson କରି ଦେଇଛନ୍ତି । ମସ୍କ ଜାଭିୟରଙ୍କର ଜେଣ୍ଡର ବଦଳାଇବାକୁ ଖୋକ୍‌ ମାଇଣ୍ଡ ଭାଇରସ କହିଛନ୍ତି | ମସ୍କ ଏହି କଥା ପିଟରସନଙ୍କ ସହ ଏକ ପୋଡକାଷ୍ଟରେ କହିଛନ୍ତି | ସେ ଏସବୁ ସେତେବେଳେ କହିଛନ୍ତି, ଯେବେ ପିଲାଙ୍କ ସେକ୍ସ ପରିବର୍ତ୍ତନ କରୁଥିବା ଡାକ୍ତରଙ୍କ ଉପରେ କରାଯାଇଛି ପ୍ରଶ୍ନ ।

ଜୁନ୍ 2022 ରେ ଟ୍ରାନ୍ସଜେଣ୍ଡର ଭାବରେ ବାହାରକୁ ଆସିବା ପରେ ମସ୍କର ପୁଅ ଜାଭିୟର୍ ତାଙ୍କ ନାମ ଭିଭିଆନ୍ ୱିଲସନରେ ପରିବର୍ତ୍ତନ କରିଥିଲେ | ଜାଭିୟର୍ 18 ବର୍ଷ ବୟସ ପରେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଥିଲେ | ଭିଭିଆନ୍ କହିଥିଲେ ଯେ ସେ କୌଣସି ପ୍ରକାରେ ତାଙ୍କ ପିତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି। ମସ୍କ ଏହାକୁ ପୁଅର ମୃତ୍ୟୁ ପରି କହିଛନ୍ତି। ମସ୍କ କହିଛନ୍ତି ଯେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ତାଙ୍କ ପୁଅକୁ ତାଙ୍କଠାରୁ ନେଇ ଯାଇଥିଲା। ଏହି ଅସ୍ତ୍ରୋପଚାର ପ୍ରକୃତରେ ତାଙ୍କ ପୁଅର ହତ୍ୟା ଥିଲା।

ମସ୍କ ଜୋର୍ଡାନ ପିଟରସନଙ୍କୁ କହିଥିଲେ, ‘ଜାଭିୟରଙ୍କ କ୍ଷେତ୍ରରେ ଏହା ମୋ ସହ ଘଟିଥିଲା। ଜାଭିୟରଙ୍କ ଚିକିତ୍ସା ସମ୍ବନ୍ଧୀୟ ଦସ୍ତାବିଜରେ ଦସ୍ତଖତ କରିବା ପାଇଁ ମୋତେ ପ୍ରତାରଣା କରାଯାଇଥିଲା | କୋଭିଡ୍ ଚାଲିଥିଲା ​​ଏବଂ ସେଠାରେ ବହୁତ ଦ୍ୱନ୍ଦ୍ୱ ଦେଖାଦେଇଥିଲା | ମୋତେ କୁହାଯାଇଥିଲା ଯେ ଯଦି ଜାଭିୟରଙ୍କୁ ଏହି ଚିକିତ୍ସା ଦିଆଯାଇନଥାଏ, ତେବେ ସେ ଆତ୍ମହତ୍ୟା ମଧ୍ୟ କରିପାରନ୍ତି। ଏହି ଦ୍ୱନ୍ଦ୍ୱରେ, ମୋର ଦସ୍ତଖତ ନିଆଗଲା ଏବଂ କ’ଣ ଘଟୁଛି ମୋର କୌଣସି ଧାରଣା ପୂର୍ବରୁ ମୁଁ ମୋ ପୁଅକୁ ହରାଇଥିଲି |

ପ୍ରକୃତରେ କହିବାକୁ ଗଲେ ମୁଁ ମୋ ପୁଅକୁ ହରାଇଦେଇଛି । ମୋ ପୁଅ ଜାଭିଅର ମାରି ଯାଇଛି, ତାଙ୍କୁ ୱୋକ ଭାଇରସ୍ ମାରି ଦେଇଛି ! ଏବଂ ସେ ଏହି ଲଙ୍ଗ ପରିବର୍ତ୍ତନ ଅପରାଧୀଙ୍କ ବିରୋଧରେ ଲଢିବେ ବୋଲି କହିଥିଲେ ମସ୍କ |

Leave a Reply

Your email address will not be published. Required fields are marked *