ମୋ ପୁଅ ନିର୍ଦ୍ଦୋଷ, ତାକୁ ଯିଏ ଦୋଷୀ ସଜାଇଛି ତା ବିରୋଧରେ ଆମେ କୋର୍ଟ ଯିବୁ…
1 min readସଂସଦ ସୁରକ୍ଷା ଉଲଘଂନ ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଲତି ଝା ଙ୍କୁ ୭ ଦିନିଆରେ ରିମାଣ୍ଡ ଆଣି ପଚରାଉଚରା କରୁଛି ପୋଲିସ । ଏହି ଘଟଣାରେ ଲଲିତ ଝାଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ମଧ୍ୟ ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଏହାରୀ ମଧ୍ୟରେ ବର୍ତ୍ତମାନ ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଲଳିତ ଝାଙ୍କ ବାପା ମା’ । ଲଳିତଙ୍କ ବାପା ଦେବାନନ୍ଦ ଝା କହିଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଶ । ତେଣୁ ତାଙ୍କୁ ଯିଏ ଦୋଷୀ ବନାଇଛି ସେ ତାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବେ । ତାଙ୍କ ପିତା ଆହୁରୀ ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ବହୁତ ଭଲ ପିଲା ଅଟନ୍ତି । ସେ ସମସ୍ତଙ୍କୁ ସାହାର୍ଯ୍ୟ ମଧ୍ୟ କରନ୍ତି । ସେ ବିଏ ପାସ କରିଛନ୍ତି ଏବଂ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହାବ୍ୟତୀତ ଲଳିତ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରନ୍ତି । ତେବେ ଏହି ଘଟଣା ବିଷୟରେ ପିତାମାତା ଗତକାଲି ଅନ୍ୟଠାରୁ ଜାଣିବାକୁ ପାଇଥିଲେ ଯେ ଲଳିତଙ୍କୁ ଗିରଫ କରାଯାଇଛି ବୋଲି । ସେମାନେ ସମସ୍ତେ କୋଲକାତାରେ ରୁହନ୍ତି । ତାଙ୍କ ପିତା ଜଣେ ପଣ୍ଡିତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଲଳିତଙ୍କ ମା’ଙ୍କୁ ପଚାରିବାରୁ ସେ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି ଯେ ମୋ ପୁଅ ଦୋଷୀ ନୁହେଁ ସେ ନିର୍ଦ୍ଦୋଷ । ସେ ଏଭଳି କିଛି କରିନାହିଁ । ତେଣୁ ଆମେ କୋର୍ଟ ଯିବୁ ।
ପୋଲିସ ସୁତ୍ରରୁ ଖବର ରହିଛି ଯେ ଲଳିତ ଝାଙ୍କୁ ପଚରାଉଚରା ବେଳେ ପୋଲିସକୁ ସେ କହିଛନ୍ତି ଯେ ସଂସଦ ସୁରକ୍ଷା ଭଙ୍ଗ କରିବା ପଛରେ ଅରଜକତା ବ୍ୟାପିବା ତାଙ୍କର ଉଦ୍ଦେଶ୍ୟ ରହିଥିଲା । ଅପରପକ୍ଷେ ଅଭିଯୁକ୍ତ ଲଳିତ ଝା ଅନ୍ୟ ଅଭିଯୁକ୍ତଙ୍କ ସହ ଅନେକ ଥର ସାକ୍ଷାତ କରିଛନ୍ତି ବୋଲି ପଟିଆଲା ହାଉସକୋର୍ଟରେ ହାଜର ହେବା ସମୟରେ ସେ ସ୍ୱୀକାର କରିଥିବା ପୋଲିସ ଦାବୀ କରିଛି।