Pratidin TV

Odisha's Digital News Platform

ସମୁଦ୍ର କୂଳରୁ ନଜର ଆସିଲା ରହସ୍ୟମୟ ପେଣ୍ଡୁ : ଯାଞ୍ଚ ପାଇଁ ପହଞ୍ଚିଲେ ସେଲ୍ଫ ଡିଫେନ୍ସ ଫୋର୍ସ,ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଚ୍ ..

1 min read


ନୂଆଦିଲ୍ଲୀ : ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ବିଶାଳକାୟ ଧାତୁ ବଲ । ଜନସାଧାରଣଙ୍କୁ ପାଇଁ ବନ୍ଧ ହେଲା ବିଚ୍ । ଯାଂଚ କରିବା ପାଇଁ ମୁତୟନ ହୋଇଛନ୍ତି ସେଲ୍ଫ ଡିଫେନ୍ସ ଫୋର୍ସ ।

ସୂଚନାଯୋଗ୍ୟ ଯେ ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି । ଏକ ରିପୋର୍ଟ ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଗୋଲାକାର ବସ୍ତୁ ଲୁହାରେ ତିଆରି ହୋଇଥିବା ଅନୁମାନ କରାଯାଉଛି ଏବଂ ଏହାର ଉଭୟ ପାର୍ଶ୍ୱରେ ଧାତୁର ୨ ହୁକ୍ ଲାଗିଛି । ଏହାକୁ ଯାଂଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି । ଜାପାନର ସିଜୁଓକା ପ୍ରାନ୍ତର ହମାମାତ୍ସୁ ସହରରେ ଏହି ରହସ୍ୟମୟ ଧାତୁ ବଲ ସମୁଦ୍ର କୂଳରେ ରହିଛି । ଟୋକିଓଠାରୁ ପ୍ରାୟ ୧୫୫ କିଲୋମିଟର ଦୂର ଦକ୍ଷିଣ ଉପକୂଳବର୍ତୀ ସହର ହମାମାତ୍ସୁରେ ପ୍ରଥମେ ଜଣେ ବ୍ୟକ୍ତି ଏହା ଦେଖିବାକୁ ପାଇଥିଲେ ଏବଂ ସକାଳ ୯ଟାରେ ସେ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ ।

Advertisement

ଏହି ବଲ୍ ଏତେ ଅଦ୍ଭୁତ ଯେ ସହରର ଏନସୁହାମା ସି-ବିଚ୍‌କୁ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଛି । ବଲକୁ ଯାଂଚ କରିବା ପାଇଁ ଜାପାନୀ ସେଲ୍ଫ ଡିଫେନ୍ସ ଫୋର୍ସର ବୋମା ନିଷ୍କ୍ରିୟକାରୀ ଦଳକୁ ସେଠାରେ ନିୟୋଜିତ କରାଯାଇଛି । ଗୋଲାକାର ବସ୍ତୁ ମିଳିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ସମୁଦ୍ର କୂଳରେ ଜନସାଧାରଣଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା । ଅଂଚଳକୁ ପୋଲିସ, ସୁରକ୍ଷା ଗାର୍ଡ ଏବଂ ଉପକୂଳ ରକ୍ଷୀମାନେ ଘେରି ରହିଥିଲେ । ଯଦିଓ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ଯେ ଏହି ଅଜଣା ବସ୍ତୁଟି କ’ଣ । ତେବେ ଏହା ସମୁଦ୍ର ଖଣି ପରି ଦେଖାଯାଉଛି, କିନ୍ତୁ ଏହାର ଆକାର ସାଧାରଣ ଅପେକ୍ଷା ବହୁତ ବଡ଼ ରହିଛି ।

Leave a Reply

Your email address will not be published. Required fields are marked *