Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ହେଉଛନ୍ତି ବୈଜ୍ଞାନିକ , ଚନ୍ଦ୍ରପୃଷ୍ଠରେ ଘୁରି ବୁଲୁଛି ରହସ୍ୟମୟ ଯାନ ..

1 min read

ଚନ୍ଦ୍ରପୃଷ୍ଠରେ ଘୁରି ବୁଲୁଛି ରହସ୍ୟମୟ ଯାନ । କେଉଁଠୁ ଆସିଲା ? କେମିତି ଆସିଲା ? ତାହାକୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ସୂଚନାନୁଯାୟୀ ଏବେ ନାସାର ଲୁନର ରିକନ୍େସନ୍ସ ଅର୍ବିଟର ଚନ୍ଦ୍ରର ଫଟୋ ନେଉଛି । ସେ ଲଗାତର ଚନ୍ଦ୍ରର ଚାରିପଟେ ଚକ୍କର କାଟୁଛି । ତେବେ ଏହା ମଧ୍ୟରେ ତାକୁ ଏକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଥିଲା । ଏହି ରହସ୍ୟମୟ ଜିନିଷ ଏକ ସର୍ଫବୋର୍ଡ ଭଳି ନଜର ଆସିଛି ।

ପ୍ରଥମେ ଏହା କୌଣସି ୟୁଏଫଓ ବା ଏଲିୟନମାନଙ୍କ ଜାହାଜ ଭଳି ନଜର ଆସୁଥିଲା । ଏହା ଦେଖି ନାସା ବୈଜ୍ଞାନିକମାନେ ଚକିତ ହୋଇଗଲେ । କାରଣ ବୈଜ୍ଞାନିକମାନେ ପୂର୍ବରୁ କେବେ ଏଭଳି ଲମ୍ବ ଆକାରର ବସ୍ତୁ ଚନ୍ଦ୍ର ପାଖରେ ଦେଖିନଥିଲେ । ପରେ ଏଲଆରଓ ନେଇଥିବା ଫଟୋକୁ ଯାଞ୍ଚକରାଗଲା । ଏହା ପରେ ତାର ଆଉ କିଛି ଫଟୋ ମଧ୍ୟ ନିଆଯାଇଥିଲା । ଶେଷରେ ଜଣାପଡିଲା କି ଏହି ରହସ୍ୟମୟ ବସ୍ତୁଟି ଦକ୍ଷିଣ କୋରିଆର ଲୁନର ଅର୍ବିଟର ଦାନୁରୀ ।

Advertisement

ଏହାର ଆକାର ଏମିତି ନଜର ଆସିବାର କାରଣ ନାସାର ଏଲଆରଓ ଏବଂ କୋରିଆର ଦାନୁରୀ ଅଲଗା ଅଲଗା ଅର୍ବିଟରେ ଏକାଠି ବୁଲୁଥିଲେ । ଏଲଆରଓ ଏବଂ ଦାନୁରୀ ମଧ୍ୟରେ ଗତିରେ ଅନ୍ତର ପ୍ରାୟ ୧୧,୫୦୦ କିଲୋମିଟର ପ୍ରତି ଘଣ୍ଟା । ଏଥିପାଇଁ ଏଲଆରଓ ନେଇଥିବା ଫଟୋରେ ଛୋଟ ଦାନୁରୀ ମହାକାଶଯାନ ଏକ ବିଶାଳ ଏଲିୟନ ଜାହାଜ ଭଳି ନଜର ଆସୁଥିଲା । ତୀବ୍ର ଗତି ଯୋଗୁଁ ଏହା ପ୍ରାୟ ୧୦ ଗୁଣା ଅଧିକ ବଡ ଦେଖାଯାଉଥିଲା ।

Leave a Reply

Your email address will not be published. Required fields are marked *