Pratidin TV

Odisha's Digital News Platform

ପୁଣି ବକ୍ସ ଅଫିସରେ ଟକ୍କର ଦେବ ସାଉଥ ଫିଲ୍ମ : ଏହି ଦିନ ମୁକ୍ତିଲାଭ କରିବ ‘ନାନେ ବରୁବେନ’

1 min read


ନୂଆଦିଲ୍ଲୀ : ନିକଟରେ ଅନେକ ସାଉଥ ଫିଲ୍ମ ଗୁଡିକ ବକ୍ସ ଅଫିସ୍‌ରେ ବେଶ୍ ନା କମେଇସାରିଲାଣି । ଗୋଟେ ପରେ ଗୋଟେ ପାୱରପ୍ୟାକ୍ ଆକ୍ସନ,ଥ୍ରୀଲର,ରୋମାନ୍ସ,ସସ୍ପେନ୍ସ ଭରା କାହାଣୀ ସହ ବଲିଉଡ୍‌କୁ ପଛରେ ପକେଇ ଦେଇଛି ସାଉଥ ଫିଲ୍ମ । ପୁଣି ପ୍ରଶଂସକ ମାନଙ୍କୁ ଇପ୍ରେସ କରିବାରେ ଧନୁଷ୍ । କିଛି ଦିନ ପୂର୍ବରୁ ହିଁ ଧନୁଷଙ୍କ ‘ଥିରୁଚିତ୍ରମ୍ବଲମ’ ଫିଲ୍ମଟି ମାର୍କେଟରେ ଖୁବ୍ ଧୁମ ମଚେଇଥିଲା । ଏହା ବକ୍ସ ଅଫିସରେ ସୁପରହିଟ୍ ହେବା ସହ ଏହାର ଗୀତଗୁଡିକ ମଧ୍ୟ ଏଯାଏ ରିଲସ୍ ଟ୍ରେଣ୍ଡରେ ଚାଲିଛି । ତେବେ ପୁଣି ଏକ ଭିନ୍ନ କାହାଣୀ ସହ ଡବଲ ରୋଲରେ ଦର୍ଶକଙ୍କ ହୋସ ଉଡେଇବେ ଧନୁସ ।

ନାନେ ସେଲାରାଘବନ ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ଗୋଟେ ପଟେ ଧନୁଷଙ୍କ ଇନୋସେଣ୍ଟ ସିମ୍ପିଲ ଫ୍ୟାମିଲି ମ୍ୟାନ୍ ରୋଲରେ ଦେଖିବାକୁ ମିଳିବା ସହ ଅନ୍ୟପଟେ ଜଣେ ସାଇକୋ ୟଙ୍ଗଷ୍ଟର ସାଇକୋ ଭୂମିକାରେ ନଜର ଆସିବେ । ତେବେ ସେହି ଡ୍ୟୁପ୍ଲିକେଟ୍ ସାଇକୋ କିଭଳି ନିଜ ଖତରନାକ ପ୍ଲାନ ରେ ଜଣେ ସାଧା ସିଧା ଫ୍ୟାମିଲି ମ୍ୟାନକୁ ଫସାଉଛି ତାହା ହିଁ ବର୍ତ୍ତମାନ ସୁଦ୍ଧା ଟ୍ରେଲରରେ ବାହରିଛି । ପୁରା କାହାଣୀତ ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡିବ ।

ତେବେ ଫିଲ୍ମଟି ସେପ୍ଟେମ୍ବର ୩୦ ରେ ରିଲିଜ ହେବ ବୋଲି ନିର୍ଦ୍ଦେଶକ ଏକ ପ୍ରେସମିଟରେ ପ୍ରକାଶ କରିଛନ୍ତି । ଫିଲ୍ଟି ୩୦ ସେପ୍ଟେମ୍ବରକୁ ରିଲିଜ ହେବାକୁ ଥିବାବେଳେ ସେହିଦିନ ବ୍ରହ୍ମାଣ୍ଡ ସୁନ୍ଦରୀ ଐଶର୍ଯ୍ୟା ରାୟଙ୍କର ମଧ୍ୟ ଏକ ଫିଲ୍ମ ‘ପୋନନ୍ତ୍ରୀୟନ’ ବଡ ପରଦାକୁ ଆସିବ । ତେବେ ଉଭୟ ଫିଲ୍ମ ମଧ୍ୟରେ ହେବାକୁ ଥିବା ଟକ୍କରକୁ ନେଇ ପ୍ରସଂସକ ମାନେ ବେଶ୍ ଉତ୍ସାହିତ ଅଛନ୍ତି।

Leave a Reply

Your email address will not be published. Required fields are marked *