Pratidin TV

Odisha's Digital News Platform

ସାଇବର ଠକାମୀର ଶୀକାର ହେଲେ ସ୍ୱର୍ଗତ ସ୍ୱାସ୍ଥମନ୍ତ୍ରୀ ନବଦାସଙ୍କ ଝିଅ ‘ଦୀପାଳି’

1 min read

ଝାରସୁଗୁଡା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳି ଦାସଙ୍କ ଆକାଉଣ୍ଟରୁ ଗାୟବ ହେଲା ଦେଢଲକ୍ଷ ଟଙ୍କା । ଏନେଇ ସେ ସମ୍ବଲପୁରର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା । କିନ୍ତୁ ସେ ସେହି ଓଟିପିକୁ କାହା ସହ ସେୟାର କରିନଥିଲେ। କିଛି ସମୟ ପରେ କିନ୍ତୁ ଦୀପାଲିଙ୍କ ଆକାଉଣ୍ଟରୁରେ ଦୁଇଟି ଟ୍ରାଞ୍ଜାକସନରେ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି। ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି ଦୀପାଳି ।

Advertisement

ଝାରସୁଗୁଡାରେ ଦୀପାଲି ରହୁଥିଲେ ମଧ୍ୟ ସମ୍ବଲପୁର ମୋଦିପଡା ହେଉଛି ତାଙ୍କ ପୈତୃକ ଘର । ଅଇଁଠାପାଲିରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ରହିଛି । ଯେଉଁ ଆକାଉଣ୍ଟ ରୁ ତାଙ୍କ ଟଙ୍କା ଗାଏବ ହୋଇଛି । ପୋଲିସ ଦୀପାଲି ଦାସଙ୍କ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିିଛି ।ନବଙ୍କ ପରେ ଝିଅ ଦୀପାଳିଙ୍କ ଉପରକୁ ଏଭଳି ସାଇବର ଠକାମୀର ଆର୍ଟାକ କରାଯାଉଛିବୋଲି ଅନୁମାନ କରଯାଉଛି ।

Leave a Reply

Your email address will not be published. Required fields are marked *