Pratidin TV

Odisha's Digital News Platform

ଫିଟିବ ନବ ଦାସଙ୍କ ହତ୍ୟା ଗୁମର : କ୍ରାଇମବ୍ରାଞ୍ଚ ହାତରେ ନବଙ୍କ ହାତଲେଖା ଚିଠି , ରାତିରୁ ଖୋଳିଥିଲା ଟାଙ୍କି ..

ଝାରସୁଗୁଡା : ଓଡିଶା ଇତିହାସର ପ୍ରଥମ ଚାଞ୍ଚଲ୍ୟକର ଘଟଣା ପାଲଟିଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା । ଜଣେ ପୋଲିସ ଏଏସଆଇ ନବ ଦାସଙ୍କୁ ସାମ୍ନା ପଟୁ ଗୁଳି କରି ହତ୍ୟା କରିବା ଘଟଣାଟି ବର୍ତ୍ତମାନ ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଅଭିଯୁକ୍ତ ଗୋପାଳଙ୍କୁ ୪ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଗତକାଲି ଅର୍ଥାତ୍ ବୁଧବାର ଅଭିଯୁକ୍ତ ଗୋପାଳ ନିଜ ମୁହଁରେ କହିଛନ୍ତି ଯେ ସେ ନବ ଦାସଙ୍କୁ ହତ୍ୟା କରିଛନ୍ତି ତା ସହ ସେ ଗିରଫ୍ ହେବା ଦିନ ଝାରସୁଗୁଡା ବିମାନବନ୍ଦର ଥାନାର ସ୍ୱେରେଜ୍ ଟାଙ୍କିରେ ନିଜର କିଛି ହାତଲେଖା ଚିଠି ଫପାଡିଦେଇଥିଲେ । ବା କହିବାକୁ ଗଲେ ୫ ଦିନ ତଳେ ଗୋପାଳ ନିଜ ହାତ ଲେଖା ଚିଠିକୁ ଚିରି ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟିନରେ ଫ୍ଳସ କରିଥିବାରୁ ତାକୁ କ୍ରାଇମବ୍ରାଞ୍ଚ ରାତିଅଧିଆ ଖୋଜିବାକୁ ଲାଗିପଡିଥିଲା ।

କିଛି ସଫେଇ କର୍ମଚାରୀଙ୍କୁ ନେଇ ଗତକାଲି ଅର୍ଦ୍ଧରାତ୍ରରେ ଏହି କାର୍ଯ୍ୟ ଆରମ୍ଭ କରିଦେଇଥିଲା । ଆଜି ସକାଳ ସମୟରେ ସେହି ଟାଙ୍କିରୁ ୧୨ ଟୁକୁଡା/ଖଣ୍ଡ କାଗଜ ପାଇଛି କ୍ରାଇମବ୍ରାଞ୍ଚ ଯାହାକୁ ଗୋପାଳ ମଧ୍ୟ ନିଜ ହାତଲେଖା ବୋଲି ସ୍ୱିକାର କରିଛି । ସେହି କାଗଜରେ ଇଂରାଜୀ ଓ ଓଡିଆ ୨ ଟି ଭାଷାରେ ଲେଖାଥିଲା ତାସହ ନାଲି ପେନରେ ସପୃକ୍ତ କାଗରେ ଲେଖା ଯାଇଥିବା ଜଣାପଡିଛି । କିନ୍ତୁ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସେହି ଚିଠିକୁ ବା ମିଳିଥିବା କାଗଜକୁ ଅଧିକ ତଦନ୍ତ ପାଇଁ ଫରେନ୍ସିକ ଟିମ୍‌କୁ ପଠାଇବ ବୋଲି କହିଛି ।

ତେବେ ଉକ୍ତ ଚିଠିରେ ଗୋପାଳ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲେ ତାହା ଲେଖାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ କାଳେ ଲୋକ ଧରି ଜୀବନ ନେଇ ଯିବେ ଗୋପାଳ ସନ୍ଦେହ କରିଥିଲା । ମାତ୍ର ହତ୍ୟାକାଣ୍ଡ ପରେ ପୋଲିସ ଗୋପାଳକୁ ଝାରସୁଗୁଡା ଏୟାରପୋର୍ଟ ଥାନାକୁ ନେଇଥିଲା।ଆଉ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିଯାଇଥିବାରୁ ଗୋପାଳ ହାତ ଲେଖା କାଗଜକୁ ଚିରି ପାଇଖାନାର ଫ୍ଲସ୍ କରିଦେଇଥିବା ଚର୍ଚ୍ଚା ହେଉଛି ।

ତେବେ ଏଠି ବଡ ପ୍ରଶ୍ନ ଉଠୁଛି ଯେ ଗୋପାଳ ଜଣେ ପୋଲିସ ଏଏସଆଇ ହୋଇ କାହିଁକି ଜଣେ ମନ୍ତ୍ରୀଙ୍କୁ ହତ୍ୟା କଲେ ? ଏହାପଛରେ କେଉଁ ବଡ ରାଜନେତାର ହାତ ଅଛି ଯିଏ ଗୋପାଳଙ୍କୁ ଏପରି କରିବାକୁ ପ୍ରବର୍ତ୍ତାଇ ଥିଲେ ବା ଟଙ୍କା ଲୋଭ ଦେଖାଇଥିବେ । ନା କୌଣସି ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ ଗୋପାଳ ଏପରି କରିଥିଲେ ! କାରଣ ନବ ଦାସ ଜଣେ ଟାଣୁଆ ନେତା ସହ , ବ୍ୟବାସାୟରେ ମଧ୍ୟ ସେମିତି ଥିଲେ । ତାଙ୍କର ଅନେକ ଶତ୍ରୁଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଗୋପାଳଙ୍କ ଡାକ୍ତର ଓ ତାଙ୍କ ସ୍ତ୍ରୀ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବା ନେଇ ଗଣମାଧ୍ୟମ ଆଗରେ କହିଥିଲେ । ତାସହ ଗୋପାଳଙ୍କ ଚିକିତ୍ସାର ସମସ୍ତ ରିପୋର୍ଟ ଦେଖାଇବାକଥା ମଧ୍ୟ ଦାବି କରିଥିଲେ । ସପୃକ୍ତ ଘଟଣାର ୨ ଟି ପାଶ୍ୱ ଦେଖାଯାଉଥିବାରୁ କ୍ରାଇମବ୍ରାଞ୍ଚ ଏହି ହତ୍ୟା ଉପରୁ ପରଦା ଉଠାଇବା ପାଇଁ ଯୁଦ୍ଧକାଳୀନ ସ୍ଥିତିରେ ତଦନ୍ତ ଚଳାଇଛି । ଏହା ଏକ ଷଡଯନ୍ତ୍ର ନା ସତରେ ଗୋପାଳଙ୍କ ମାନସିକ ଅସ୍ଥିରତା ସଂଯୋଗ ! ତାହ ବର୍ତ୍ତମାନ ବଡ ପ୍ରଶ୍ନ ସୃଷ୍ଟି କରିଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁରେ ।

Leave a Reply

Your email address will not be published. Required fields are marked *