Pratidin TV

Odisha's Digital News Platform

ଓଡିଶାର ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି : ଅଭିଯୁକ୍ତ ଗୋପାଳ ଦାସଙ୍କ କ୍ୱାର୍ଟରରେ କ୍ରାଇମବ୍ରାଞ୍ଚ , ମିଳିପାରେ ବଡ ସୁରାଗ୍ ..

ଝାରସୁଗୁଡା : ଓଡିଶା ଇତିହାସର ଚର୍ଚ୍ଚିତ ହତ୍ୟା କାଣ୍ଡର ସବୁଠୁ ବଡ ପ୍ରଶ୍ନବାଚୀ । କାହିଁକି ଜଣେ ମନ୍ତ୍ରୀଙ୍କୁ ଗୁଳି କଲେ ଜଣେ ପୋଲିସ ଏଏସଆଇ । ଏହି ହାଇପ୍ରୋଫାଇଲ ମର୍ଡର କେସକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା କାରଣକୁ ବର୍ତ୍ତମାନ ସୁଦ୍ଧା ଖୋଜି ପାଉନି କ୍ରାଇମବ୍ରାଞ୍ଚ । ସାମ୍ନାରେ ହତ୍ୟାକାରୀ ଥାଇ ସୁଦ୍ଧା ମିଳୁନି ହତ୍ୟା କାରଣର ଠୋସ୍ ପ୍ରମାଣ ।
ଗତକାଲି କ୍ରାଇମବ୍ରାଞ୍ଚ ଝାରସୁଗୁଡା ବିମାନ ବନ୍ଧର ଥାନାରେ ପହଞ୍ଚି ଗୋପାଳ ଗିରଫ୍ ପୂର୍ବରୁ ଲାଟିନ୍ ଟାଙ୍କିରେ ଫ୍ଲର୍ସମାରିଥିବା ଚିଠିକୁ ଖୋଜିଥିଲା । ଯାହା ଗୋପାଳ ନିଜ ମୁହଁରେ ସ୍ୱୀକାର କରିଥିଲା ।

ବୁଧବାର ରାତିରୁ ବିମାନ ସ୍ୱେରେଜ୍ ଟାଙ୍କି ଖୋଳାଚାଲିଥିବା ବେଳେ ଗୁରୁବାର ଦିନ ୧୧ ଟା ସମୟରେ ପ୍ରାୟ ୧୨ ଖଣ୍ଡ କାଗଜ ଟୁକୁଡା ଟାଙ୍କିରୁ ଜବତ କରାଯାଇଥିଲା ।ଯେଉଁଥିରେ ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମାରିବା ପୂର୍ବରୁ କିଛି ଲେଖିଥିବା ଜଣାପଡିଥିଲା । ଏହାପରେ ସେହି ଟୁକୁଡା ଗୁଡିକୁ କ୍ରାଇମର୍ବାଞ୍ଚ ଅଧିକ ତଦନ୍ତ ପାଇଁ ଫରେନ୍ସିକ୍ ଲ୍ୟାବ୍ ପଠାଇଥିଲା । ତେବେ ଆଜି ଏହି ହାଇପ୍ରୋପାଇଲ ମର୍ଡର ଖବରକୁ ନେଇ ଆଉ ଏକ ବିସ୍ପୋରକ ସୂଚନା ସାମ୍ନାକୁ ଆସିଛି ।

ବ୍ରଜରାଜନଗରରେ ଗୋପାଳକୁ ମିଳିଥିବା କ୍ୱାଟର/ଭଡାଘରରେ ପହଞ୍ଚିଛି କ୍ରାମବ୍ରାଞ୍ଚ । ସାଙ୍ଗରେ ଗେ।ପ।ଳକୁ ମଧ୍ୟ ଆଣିଛି । ତେବେ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ଯେ ଗୋପାଳ ନବ ଦାସଙ୍କୁ ହତ୍ୟା କରିବା ପୂର୍ବରୁ ସେହି ଭଡା ଘରେ ହିଁ ସବୁ ପ୍ରିପ୍ଲାନିଂ କରିଥିବ । ଏନେଇ କ୍ରାଇମବ୍ରାଞ୍ଚ ସେଠାରେ କିଛି ବଡ ସୁରାଗ ମିଳିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *