Pratidin TV

Odisha's Digital News Platform

ପୁରିଗଲା ୧୦ ଦିନ : ଆଜି ପ୍ରୟାଗରାଜରେ ନବଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବିଶାଲ , ହେଲେ ଏଯାଏଁ ହତ୍ୟାର ପ୍ରକୃତ କାରଣ ଖୋଜିପାଉନି କ୍ରାଇମବ୍ରାଞ୍ଚ..

ଝାରସୁଗୁଡା : ଓଡିଶା ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ମାମଲାକୁ ଆଜି ୧୦ ଦିନ ବିତୁଥିଲେ ମଧ୍ୟ ଏଯାଏଁ କ୍ରାଇମବ୍ରାଞ୍ଚ ଖୋଜିପାରୁନାହିଁ ହତ୍ୟାର ପ୍ରକୃତ କାରଣ । ଅନ୍ୟପଟେ ଆଜି ବାପାଙ୍କ ଦଶାହ କର୍ମରେ ଲାଗିପଡିଛନ୍ତି ପୁଅ ବିଶାଳ । ଝାରସୁଗୁଡ଼ା ସହର ସମତେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବହୁ ସଂଗଠନ ପକ୍ଷରୁ ଶୋକସଭାମାନ ଆୟୋଜିତ ହେଉଥିବା ବେଳେ ବୈଦିକ ରୀତିନୀତି ଅନୁଯାୟୀ ନବ ଦାସଙ୍କ ପୁତ୍ର ବିଶାଲ ପ୍ରୟାଗରାଜଠାରେ ଆଜି ଗଙ୍ଗା ନଦୀରେ ତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି । ତାଙ୍କ ସହିତ ତାଙ୍କର କିଛି ବନ୍ଧୁ ଓ ପରିବାର ସଦସ୍ୟ ମଧ୍ୟ ଯାଇଥିବା ଜଣାଯାଇଛି ।

ଶୁଦ୍ଧିକ୍ରିୟା ମଧ୍ୟ ନବଙ୍କ ସରବାହାଲସ୍ଥିତ ବାସଭବନରେ ଅନୁଷ୍ଠିତ ହେଉଛି । ଆଜି ନବ ଦାଶଙ୍କ ଦଶାହ କାର୍ଯ୍ୟ , ୮ ତାରିଖରେ ଏକାଦଶାହ ଓ ୯ ତାରିଖରେ ଦ୍ୱାଦଶାହ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ବିଶେଷ କରି ଦ୍ୱାଦଶାହ କାର୍ଯ୍ୟାରେ ସ୍ୱର୍ଗତ ଦାସଙ୍କ ନିର୍ବାଚନମଣ୍ଡଳୀ, ନିଜ ଘର ସମ୍ବଲପୁର ଜିଲ୍ଲା ସମେତ ସାରା ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏଥିପାଇଁ ସରବାହାଲ ହାଇସ୍କୁଲ ପଡ଼ିଆଠାରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଏଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ବିଧାୟକ, ବହୁ ପଦସ୍ଥ ଅଧିକାରୀଙ୍କ ସମେତ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଓ ପରିବାର ବର୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିଭଳି ଅନ୍ୟପଟେ ହତ୍ୟାକୁ ୧୦ ଦିନ ପୁରୁଥିଲେ ମଧ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳ କାହିଁକି ନବ ଦାସଙ୍କୁ ସର୍ବସମ୍ମୁଖରେ ହତ୍ୟା କରିଥିଲା ତାର କାରଣ ବର୍ତ୍ତ ମାନ ସୁର୍ଦ୍ଧା ଜଣାପଡିନାହିଁ । କ୍ରାଇମବ୍ରାଞ୍ଚ ହାତରେ ଅଭିଯୁକ୍ତର ଡାଏରୀ.ଚିରା ଚିଠି ଇତ୍ୟାଦି ମିଳିଥିଲେ ମଧ୍ୟ ଅନ୍ଧ ଗଳିରେ ବାଡି ହଜାଇବା ଭଳି କୌଣସି ଗୋଟିଏ ମନ୍ତବ୍ୟରେ ପହଞ୍ଚିପାରିନି ସିବିଆଇ । ଲୋକମାନଙ୍କ ମଧ୍ୟରେ ବର୍ତ୍ତମାନ ନବଦାସକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ଅନେକଙ୍କ ମତରେ ନବଙ୍କ ବିରୋଧି ଦଳ ଏଭଳି ଷଡଯନ୍ତ୍ର କରିପାରିଥାଏ ବୋଲି ଚର୍ଚ୍ଚା ଚାଲିଛି । ଟାଣୁଆ ନେତା ନବ ଦାସଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପଛରେ କୌଣସି ରାଜନୈତିକ କିମ୍ବା ବ୍ୟବସାୟିକ ଉର୍ଦ୍ଦେଶ୍ୟ ଥାଇପାରେ ବୋଲି ବିରୋଧି ଦଳ ଅଭିଯୋଗ କରିଛି । ଯାହା ଏବେ ନବଙ୍କ ହତ୍ୟା ପଛରେ କେବଳ ଗୋପାଳ ଦାସଙ୍କ ହାତଥିବା ବୟାନକୁ ସନ୍ଦେହରେ ପକାଉଛି । କାରଣ ଗୋପାଳଙ୍କ କାନ୍ଦରେ ବନ୍ଧୁକ ରଖି ଆଉ କିଏ ବଡ ଖେଳାଳୀ ଶୀକାର କରୁଥିବା ଆଲୋଚନାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *